Latest Odisha News

BREAKING NEWS

ପ୍ରେମରେ ଅସଫଳ ହୋଇ ଯୁବତୀଙ୍କ ତଣ୍ଟି କାଟିଲେ ପ୍ରେମିକ

କଟକ : କଟକ ଜିଲ୍ଲା ଦୋଳମୁଣ୍ଡେଇ ଅଞ୍ଚଳରେ ଥିବା ଏକ ଗାରମେଣ୍ଟ୍ ଦୋକାନରେ ରବିବାର ଦିନ ଜଣେ ଯୁବକ ଏକ ଧାରୁଆ ଅସ୍ତ୍ରରେ ଅନ୍ୟ ଜଣେ ଯୁବତୀର ତଣ୍ଟି କାଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଯୁବତୀ ଜଣକ ସେହି ଗାରମେଣ୍ଟ୍ ଦୋକାନରେ ସେଲ୍ସ ଗର୍ଲ ଭାବେ କାର୍ଯ୍ୟରତ ଥିଲେ । ଏହି ଘଟଣାରେ ଉକ୍ତ ଯୁବତୀଙ୍କ ବେକ, ହାତରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ଅଭିଯୁକ୍ତ ଜଣକ ବକ୍ସିବଜାର ସ୍ଥିତ ବଢ଼େଇ ସାହିର ବାପି ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଘଟଣାଦିନ ଅଭିଯୁକ୍ତ ଜଣକ ଦୋକାନ ମଧ୍ୟକୁ ପ୍ରବେଶ କରିଥିଲା ଏବଂ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା । କିନ୍ତୁ ସମ୍ପୃକ୍ତ ଯୁବତୀ ଜଣକ ମନା କରିବାରୁ ବାପି ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲା। ଏହି ସମୟରେ ଉପସ୍ଥିତ ଗ୍ରାହକ ତଥା ଦୋକାନର କର୍ମଚାରୀମାନେ ବାପିକୁ କାବୁ କରିନେଇଥିଲେ । ପରବର୍ତ୍ତୀ ସମୟରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ବାଦାମବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.