Latest Odisha News

BREAKING NEWS

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି । ଏହି ଅବସରରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ହସ୍ପିଟାଲର ୧୦୦ରୁ ଅଧିକ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡ. ସୀତାକାନ୍ତ ଦାସ, ନିର୍ଦ୍ଦେଶକ ରାଜେଶ ଦାସ, ଡ. ଜ୍ଞାନେନ୍ଦୁ କୁମାର ମହାପାତ୍ର ଏବଂ ସିୱାଇଏସଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ କଳିଙ୍ଗ ହସ୍ପିଟାଲରେ ୮ଟି ନୂଆ ସୁଟ୍-ରୁମ୍ ଉଦଘାଟିତ ହୋଇଛି । ଯେଉଁଠି ହସ୍ପିଟାଲରେ ଚିକିତ୍ସା ବେଳେ ପରିବାର ବ୍ୟକ୍ତିଗତ ସମୟ ଅତିବାହିତ କରିପାରିବେ ବୋଲି କହିଛନ୍ତି ଅଧ୍ୟକ୍ଷ ସୀତାକାନ୍ତ ଦାସ ।

ଏଥିସହ ଉନ୍ନତଧରଣର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି କଳିଙ୍ଗ ହସ୍ପିଟାଲ ଅଧିକ ଅଭିଜ୍ଞ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ସାମିଲ୍ କରୁଛି । ୩୦ ବର୍ଷ ଧରି ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଉନ୍ନତମାନର ଚିକିତ୍ସ ସେବା ଯୋଗାଇ ଆସୁଛି କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ।

କଳିଙ୍ଗ ହସ୍ପିଟାଲ୍ ଲିମିଟେଡର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ନୀଲଞ୍ଜନା ମୁଖାର୍ଜୀ କହିଛନ୍ତି, ଆମେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବା ସହ ରୋଗୀଙ୍କ ଚିକିତ୍ସାକୁ ଗୁରୁତ୍ୱ ଦେଉଛୁ । ଓଡ଼ିଶାବାସୀଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇବା ଲାଗି କଳିଙ୍ଗ ହସ୍ପିଟାଲ ବଦ୍ଧ ପରିକର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.