Latest Odisha News

BREAKING NEWS

କୁକୁଡ଼ା ଚୋରିକୁ ନେଇ ଭଉଣୀ ଉପରକୁ ଏସିଡ୍ ଫିଙ୍ଗିଲା ଭଉଣୀ, ୪ ଗୁରୁତର

ବଲାଙ୍ଗିର: ଭଉଣୀ-ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟ କରିଛି କୁକୁଡ଼ା ଚୋରି । ସାମାନ୍ୟ କୁକୁଡ଼ା ପାଇଁ ଏସିଡ୍ ମାଡ଼ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କୁକୁଡ଼ା କିଏ ନେଲା ? ତୁ ନେଇଛୁ କହି ଭଉଣୀର ପରିବାର ଉପରକୁ ଏସିଡ୍ ଫିଙ୍ଗିଛନ୍ତି ଭଉଣୀ ଓ ପୁତୁରା । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ସାହୁ ପଡ଼ାରେ ।

ସୂଚନା ଅନୁସାରେ, ତୁଳସୀ ସାହୁ ଓ ତାଙ୍କ ଭଉଣୀ ସଞ୍ଜୁ ସାହୁ ପଡ଼ୋଶୀ ଭାବେ ରୁହନ୍ତି । ଗୁରୁବାର ରାତିରେ ତୁଳସୀଙ୍କ କୁକୁଡ଼ା ଘରକୁ ଫେରି ନଥିଲା । ଯାହାକୁ ନେଇ ସଞ୍ଜୁଙ୍କୁ ଆକ୍ଷେପ କରିବା ସହ ଚୋରଣୀ ବୋଲି କହିଥିଲେ ତୁଳସୀ । ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଦୁଇ ପରିବାର ମୁହାଁମୁହିଁ ହେବା ସହ କଥା କଟାକଟି ହୋଇଥିଲେ । ଝଗଡ଼ା ମଧ୍ୟରେ ସଞ୍ଜୁଙ୍କ ପରିବାର ଉପରକୁ ତୁଳସୀ ଓ ତାଙ୍କ ପୁଅ ନେପାଳ ଏସିଡ୍ ଫିଙ୍ଗି ଥିଲେ ।

ଏଥିରେ ସଞ୍ଜୁ, ଖଗ ସାହୁ, ଜଗବନ୍ଧୁ ସାହୁ ଓ ସୁବାସ ସାହୁ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲ୍ ନିଆଯାଇଥିଲା । ପରେ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଛି । ସୂଚନା ପାଇ ପୋଲିସ ଗାଁକୁ ଯିବା ସହ ତୁଳସୀ ଓ ଗୋପାଳକୁ ଗିରଫ କରିଛି ।

Leave A Reply

Your email address will not be published.