Latest Odisha News

BREAKING NEWS

ଭାଙ୍ଗିଲା ରେକର୍ଡ, ଦିନକରେ ସୁସ୍ଥ ହେଲେ ସର୍ବାଧିକ ୨୧୨୯

ଭୁବନେଶ୍ୱର: ସକାଳ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସନ୍ଧ୍ୟାରେ ରେକର୍ଡ ସଂଖ୍ୟକ ସୁସ୍ଥ । ଆଜି କରୋନା ଭୂତାଣୁକୁ ମାତ ଦେଇଛନ୍ତି ୨୧୨୯ ଜଣ । ସମସ୍ତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ଯେ, ସୁସ୍ଥତାରେ ଓଡ଼ିଶା ପୁଣି ଏକ ରେକର୍ଡ କରିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୬ ଜଣ ସୁସ୍ଥ ହୋଇଛନ୍ତି । ତା’ପଛକୁ ଗଂଜମା ଜିଲ୍ଲାରୁ ୨୬୫ ଜଣ କରୋନା ଭୂତାଣୁରୁ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ୨୧୨୯ ଜଣଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ୫୨,୨୭୬ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କରୋପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡରୁ ୧୩୦ ଏବଂ କନ୍ଧମାଳରୁ ୧୨୨ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.