ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ଦିବସ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଐତିହ୍ୟ’ ତରଫରୁ ସ୍ଥାନୀୟ ମାଉସୀମା ଛକ ସ୍ଥିତ ଲକ୍ଷ୍ମଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ ଏବଂ ବିଶ୍ୱ ଐତିହ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ସଂସ୍କୃତି ଓଐତିହ୍ୟ ପ୍ରତି ସଚେଦନ ରହିବା ସହ ଏହି ଭଳି କାର୍ଯ୍ୟରେ ବିଶେଷକରି ଐତିହ୍ୟ ଗବେଷଣାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଥିଲେ ।
ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ପଦଯାତ୍ରାରେ ରାମକୃଷ୍ଣ ମିଶନର ମହନ୍ତ ସର୍ବମଙ୍ଗଳାନନ୍ଦଜୀ ମହାରାଜ, ନିର୍ମଳଚନ୍ଦ୍ର ମହାପାତ୍ର , ରମେଶ ପାଣି, ଅଦ୍ୱୈତ ପାତ୍ର, ଶଶାଙ୍କ ଶେଖର ଦାସ , ଜ୍ଞାନରଞ୍ଜନ ମଲିଆ, ଦେବାଶିଷ ମହାପାତ୍ର, ସୁଚିତ୍ରା ଦାଶ ପ୍ରମୁଖ ଯୋଗଦେଇ ଜାତିର ଉନ୍ନତି ପାଇଁ କଳା , ସଂସ୍କୃତି ଓ ଐତିହ୍ୟର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ପରିଶେଷରେ ଐତିହ୍ୟର ସଂଯୋଜକ ଅରୁଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ।
Comments are closed.