Latest Odisha News

BREAKING NEWS

କେଉଁଝର ଜିଲ୍ଲାପାଳଙ୍କୁ ୱାରେଣ୍ଟ ମାମଲାରେ ହାଇକୋର୍ଟରୁ ଆଶ୍ୱସ୍ତି

କଟକ: ସୋମବାର ହାଇକୋର୍ଟ କେଉଁଝର ଜିଲ୍ଲାପାଳଙ୍କ ବିରୋଧରେ ଜାତୀୟ ଜନଜାତି କମିଶନ ଜାରି କରିଥିବା ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି।

ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଜଷ୍ଟିସ୍ ରଥ ଦର୍ଶାଇଛନ୍ତି ଯେ, କମିଶନ ନିୟମ–୨୦୨୧ ଅନୁଯାୟୀ ତାଙ୍କ ପରିଧି ବାହାରେ କ୍ଷମତା ବ୍ୟବହାର କରିଛନ୍ତି।

ଏପ୍ରିଲ ୪ରେ କମିଶନ ଜିଲ୍ଲାପାଳ ଆଶିଷ ଠାକରେଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, କେଉଁଝର ଜିଲ୍ଲାପାଳଙ୍କୁ ଗିରଫ କରି କମିଶନଙ୍କ ନିକଟରେ ହାଜର କରିବେ।

ଜିଲ୍ଲାପାଳ ଏହା ବିରୋଧରେ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ।ବରିଷ୍ଠ ଓକିଲ ଅଶୋକ ପରିଜା ଆଶିଷଙ୍କ ମାମଲା ଲଢିଥିଲେ।

କୋର୍ଟ କହିଛନ୍ତି, ଆବଶ୍ୟକ ସ୍ଥଳେ କମିଶନଙ୍କ ନିକଟରେ ହାଜର ହେବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧିଙ୍କୁ ହାଜର ହେବାକୁ ସୁଯୋଗ ମିଳିବ। ଆସନ୍ତା ଶୁଣାଣି ଯାଏଁ ୱାରେଣ୍ଟ ଉପରେ ରୋକ ଲାଗିଛି।

Comments are closed.