Latest Odisha News

ଚନ୍ଦ୍ରରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ !

ନୂଆଦିଲ୍ଲୀ: ଚନ୍ଦ୍ରରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ! ଶକ୍ତିଶାଳୀ ଋଷ ଏହି ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। ଆଉ ଏହାକୁ ସମର୍ଥ କରିବ ଭାରତ ଓ ଚୀନ। ୨୦୩୫ ସୁଦ୍ଧା ଋଷ ଚନ୍ଦ୍ରରେ ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରୁଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ଏବଂ ଚୀନ୍ ଏହି ପ୍ରକଳ୍ପରେ ଋଷ ସହ ହାତ ମିଳାଇବବାକୁ ପ୍ରସ୍ତୁତ ଅଛି। ଏହି ପାୱାର ପ୍ଲାଣ୍ଟ ଚନ୍ଦ୍ରରେ ନିର୍ମିତ ହେବାକୁ ଥିବା ଆଧାରକୁ ଶକ୍ତି ଯୋଗାଇବ।

ଋଷର ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଚନ୍ଦ୍ରପୃଷ୍ଠରେ ନିର୍ମାଣ ହେବାକୁ ଥିବା ଷ୍ଟେସନରେ ଆବଶ୍ୟକ ବିଦ୍ଯୁତ ଶକ୍ତି ପୂରଣ କରିବା। ଋଷର ସରକାରୀ ଆଣବିକ ନିଗମ ରୋସାଟମ୍ ଏହି ପ୍ରକଳ୍ପରେ କାମ କରୁଛି। ଏହି ପାୱାର ପ୍ଲାଣ୍ଟ ଚନ୍ଦ୍ରରେ ଅଧା ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବ ଯାହା ଚନ୍ଦ୍ର ଉପରେ ନିର୍ମିତ ଆଧାରକୁ ଯୋଗାଇ ଦିଆଯିବ। ଋଷର ସରକାରୀ ସମ୍ବାଦ ଏଜେନ୍ସି ତାସ୍ ଅନୁଯାୟୀ, ରୋସାଟମ୍ ମୁଖ୍ୟ ଲିଖାଚେଭ୍ କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟ ସହିତ ଚୀନ୍ ଏବଂ ଭାରତ ଏହି ପ୍ରକଳ୍ପ ପ୍ରତି ଆଗ୍ରହ ଦେଖାଇଛନ୍ତି।

ଆସନ୍ତା ୨୦୩୬ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏହି ପ୍ରକଳ୍ପ। ପ୍ରକଳ୍ପ ପ୍ରତି ଭାରତ ଓ ଚୀନ ଆଗ୍ରହ ପ୍ରକାଶ କରିଥିବା ଋଷର ପରମାଣୁ ଶକ୍ତି ପ୍ରକଳ୍ପ ସଂସ୍ଥା ରୋସାଟମ ସୂଚନା ଦେଇଛି। ଚନ୍ଦ୍ରପୃଷ୍ଠରେ ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କାମ ଚାଲିଛି ବୋଲି ଘୋଷଣା କରିଛି ଋଷର ମହାକାଶ ଗବେଷଣା ସଂସ୍ଥା ରୋସ୍କୋସ୍ମୋସ। ମସ୍କୋ କହିଛି ଯେ ଏହି ପ୍ରକଳ୍ପରେ କୌଣସି ପ୍ରତ୍ୟେକ୍ଷ ମାନବ ଯୋଗଦାନ ହେବ ନାହିଁ। ଏହି ପ୍ରକଳ୍ପ ଦ୍ଵାରା ଭାରତର ଅନେକ ଲାଭ ହେବ। ଆସନ୍ତା ୨୦୪୦ ସୁଦ୍ଧା ଭାରତ ଚନ୍ଦ୍ରପୃଷ୍ଠକୁ ମଣିଷକୁ ପଠାଇବାକୁ ଯୋଜନା କରିଛି। ଏହାଦ୍ଵାରା ଏହି ପ୍ରକଳ୍ପରୁ ସେଠାରେ ଆବଶ୍ୟକ ହେଉଥିବା ଶକ୍ତିର ଆବଶ୍ୟକତା ପୂରଣ କରିବ।

୨୦୨୧ରେ ଋଷ ଏବଂ ଚୀନ ମିଳିତ ଭାବେ ଅନ୍ତରାଷ୍ଟ୍ରୀୟ ଚନ୍ଦ୍ର ଅନୁସଂଧାନ ଷ୍ଟେସନ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ୨୦୩୫ରୁ ୨୦୪୫ ମଧ୍ୟରେ କେତେବେଳେ ବି ଆରମ୍ଭ ହେବା ସମ୍ଭାବନା ରହିଛି। ଏହି ଷ୍ଟେସନର ଉଦ୍ଦେଶ୍ୟ ବୈଜ୍ଞାନିକ ଗବେଷଣା ଲାଗି ବ୍ୟବହାର କରିବାକୁ ରହିଛି। ଋଷର ଏହି ପଦକ୍ଷେପରୁ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଭାରତ ପୁଣି ଚନ୍ଦ୍ରକୁ ଟାର୍ଗେଟ କରୁଛି। ଚନ୍ଦ୍ରଯାନ-୩ ର ସଫଳ ମିସନ ପରେ ଏହି ପରମାଣୁ ଶକ୍ତି କେନ୍ଦ୍ର ପ୍ରତି ଭାରତର ଆଗ୍ରହ ଆହୁରି ବୃଦ୍ଧି ପାଇଛି। ଚନ୍ଦ୍ରକୁ ମିସନ ପାଇଁ ଆଣବିକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

୨୦୩୫ ସୁଦ୍ଧା ଭାରତ ଏହାର ପ୍ରଥମ ଭାରତୀୟ ସ୍ପେସ୍ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ଯୋଜନା ଆରମ୍ଭ କରିଛି। ଅଧିକାଂଶ ଦେଶ ଏହି ଷ୍ଟେସନର ବ୍ୟବହାର କରିପାରିବେ। ତେବେ ଆମେରିକା ସହ ଅନୟ କିଛି ଦେଶରୁ ଏହି ଷ୍ଟେସନର ଲାଭ ମିଳିନପାରେ। ଋଷର ସହଯୋଗୀ ହିସାବରେ ଭାରତ ଏହି ପ୍ରକଳ୍ପରୁ ଲାଭ ଉଠାଇବା ସମ୍ଭାବନା ରହିଛି। ଭାରତ ମଧ୍ୟ ୨୦୫୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ବେସ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପ୍ରକଳ୍ପ ସହ ଜଡିତ ସମସ୍ୟା ସତ୍ତ୍ୱେ ସୁରକ୍ଷା ଏକ ଚିନ୍ତାର ବିଷୟ ପାଲଟିଛି। ଚନ୍ଦ୍ରକୁ ଆଣବିକ ଇନ୍ଧନ ବିତରଣ କରିବା ନିରାପଦ ଏବଂ ଉତକ୍ଷେପଣର ସଫଳତାକୁ ଦୃଷ୍ଟିରେ ରଖି ବିକିରଣ ବିପଦ ବହୁତ କମ୍ ବୋଲି ସେ କହିଛନ୍ତି। କୌଣସି ଅସୁବିଧା ହେଲେ ପରମାଣୁ ବନ୍ଦ କରିବାକୁ ରିଆକ୍ଟରଗୁଡିକ ଡିଜାଇନ୍ କରାଯାଇଛି ବୋଲି ସେ କହିଛନ୍ତି।

 

Comments are closed.