Latest Odisha News

BREAKING NEWS

ରାଜ୍ୟରେ ହଜାରେ ଡେଇଁଲା କରୋନା ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ଗତ ୨୪ ଘଣ୍ଟା ଭିତରେ ମହାମାରୀ ନେଇଛି ଆଉ ୧୫ ଜଣଙ୍କର ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୦୦୬କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୨ ଜଣ । ସେହିପରି କଟକ ଜିଲ୍ଲାରୁ କରୋନାରେ ଆଖି ବୁଜିଛନ୍ତି ଆଉ ୨ ଜଣ ସଂକ୍ରମିତ ।

ବଲାଙ୍ଗିର, ବାଲେଶ୍ୱର, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ହଜାରେ ପାର କରିଥିଲେ ବି ମୃତ୍ୟୁହାର କମ୍ ରହିଛି । ଦେଶରେ ୧.୫୩% ଥିବା ବେଳେ ଓଡ଼ିଶାରେ ମୃତ୍ୟୁହାର ରହିଛି ୦.୪୦% ।

Leave A Reply

Your email address will not be published.