Latest Odisha News

BREAKING NEWS

ଦୁନିଆର ସବୁଠାରୁ ଦାମୀ ଘଣ୍ଟା: ମୂଲ୍ୟ ଏତେ ଯେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଏବେ ଏମିତି ଏକ ଘଣ୍ଟା ପ୍ରସ୍ତୁତ କରାଯାଇଛି, ଯାହା ଏ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଦାମୀ ଘଣ୍ଟା ଭାବେ ବିବେଚିତ ହୋଇଛି । ଏହାର ଦାମ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାର ମୂଲ୍ୟ ରହିଛି ୨ ମିଲିୟନ୍ ଡଲାର । ଏହି ମୂଲ୍ୟରେ, ଆପଣ ଏକ କାର ଓ ବଙ୍ଗଳା ମଧ୍ୟ କିଣି ପାରିବେ ।

ଏହି ଘଣ୍ଟାକୁ ଯେକବ ଆଣ୍ଡ କମ୍ପାନୀ ଦ୍ୱାରା ଲଞ୍ଚ୍ କରାଯାଇଛି । ଏହାକୁ ବିଶ୍ୱର ସବୁଠୁ ଦାମୀ ଘଣ୍ଟା ବୋଲି ବିବେଚନା କରାଯାଇଛି । ଏଥିରେ ସାଧାରଣ ଘଣ୍ଟା ପରି ଘଣ୍ଟା କଣ୍ଟା, ମିନିଟ୍ କଣ୍ଟା ଏବଂ ସେକେଣ୍ଡ୍ କଣ୍ଟା ମଧ୍ୟ ରହିଛି । ଏହି ଘଣ୍ଟାରେ ୨୧୭ କ୍ୟାରେଟ୍‌ର ୪୨୫ଟି ହଳଦିଆ ହୀରା ଖଞ୍ଜା ଯାଇଛି । ଏଥିସହିତ ଭିତର ଭାଗରେ ୫୭ ଟି ହୀରା ମଧ୍ୟ ବ୍ୟବହାର କରାଯାଇଛି । ଯାହା ଦେଖିବାକୁ ଠିକ୍ ବ୍ରେସଲେଟ୍ ପରି । ଏହା ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ହୋଇଛି ।
କମ୍ପାନୀର ସିଇଓ କହିଛନ୍ତି, ଏହି ଘଣ୍ଟାରେ ଖଞ୍ଜା ଯାଇଥିବା ହୀରା ସଂଗ୍ରହ କରିବାକୁ ଆମକୁ ସାଢେ ତିନି ବର୍ଷ ଲାଗିଥିଲା । ଏହା କମ୍ପାନୀର ପ୍ରଥମ ଦାମୀ ଘଣ୍ଟା ନୁହେଁ, ପୂର୍ବରୁ ୨ ଥର ହୀରାଖଞ୍ଜିତ ଘଣ୍ଟା ଞ୍ଚ କରି ଚର୍ଚ୍ଚାକୁ ଆସିଛି କମ୍ପାନୀ ।

Comments are closed.