Latest Odisha News

BREAKING NEWS

ନିର୍ଯାତନା ସହି ନପାରି ସେବାଶ୍ରମ ଛାଡ଼ିଲେ ୩ ଛାତ୍ର

ବାଲେଶ୍ୱର: ସେବାଶ୍ରମ ନିର୍ଯାତନା ସହି ନପାରି ୩ ଜଣ ଛାତ୍ର ପଳାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ଶୁକ୍ରବାର ରାତିରେ ବାଲେଶ୍ୱର ଜିଲ୍ଲା ବାହାଙ୍ଗା ବ୍ଲକ ମଲିକାର୍ଜୁନ ସେବାଶ୍ରମରୁ ୩ ଜଣ ଛାତ୍ର ନିର୍ଯାତନା ସହି ନପାରି ଖସି ପଳାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି ।

ଶୁକ୍ରବାର ରାତିରୁ ସେବାଶ୍ରମରୁ ଆସିବା ପରେ ୩ ଛାତ୍ର ଏକ ଚାଷଜମିରେ ଥିଲେ । ଶନିବାର ସକାଳେ ୩ ଛାତ୍ରଙ୍କୁ ଜାତୀୟ ରାଜପଥ ୧୬ ନାୟକବନ୍ଧ ନିକଟରେ ଦେଖିଥିଲେ ସ୍ଥାନୀୟ ଲୋକ । ଛାତ୍ରଙ୍କୁ କାହିଁକି ବୁଲୁଛ ପଚାରିବାରୁ ସେମାନେ ନିର୍ଯାତନା ଦିଆ ଯାଉଥିବା କହିଥିଲେ ।

ଏହାପରେ ସ୍ଥାନୀୟ ଲୋକ ସୋର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନିକଟରେ ଛାତ୍ରମାନେ ଅଭିଯୋଗ କରିଥିଲେ, ସେମାନଙ୍କୁ ସ୍କୁଲ୍ ହଷ୍ଟେଲରେ ଚଟାଣ ପୋଛିବାକୁ ବାଧ୍ୟ କରାଯିବା ସହ ମାଡ଼ ମରା ଯାଉଛି । ଏନେଇ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସେବାଶ୍ରମରେ ୬ରୁ ୧୮ ବର୍ଷ ବୟସର ୩୦ରୁ ଅଧିକ ପିଲା ପାଠ ପଢ଼ନ୍ତି । ତେବେ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆ ଯାଉଥିବା ପୂର୍ବରୁ ବି ଅଭିଯୋଗ ହୋଇଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

Leave A Reply

Your email address will not be published.