ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ପ୍ରାୟ ୨ଟାରେ ନିଗମବୋଧ ଶ୍ମଶାନରେ ସଂପନ୍ନ କରାଯିବ ।
ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ବିଜେପି କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଛି । ସେଠାରେ ଅପରାହ୍ନ ୧ଟା ଯାଏଁ ଜେଟଲୀଙ୍କ ଶେଷଦର୍ଶନ କରାଯିବ ଓ ପରେ ପୁଣି ଆଉ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଜମୁନା ନଦୀକୂଳରେ ଥିବା ନିଗମବୋଧ ଶ୍ମଶାନକୁ ନିଆଯିବ ।
प्रखर वक्ता, विख्यात विचारक एवं भाजपा के वरिष्ठ नेता श्री अरुण जेटली जी को भाजपा परिवार की ओर से भावभीनी श्रद्धांजलि।
ईश्वर उनकी दिवंगत आत्मा को शांति प्रदान करें। pic.twitter.com/aregZr1U9a
— BJP (@BJP4India) August 24, 2019
ପାଖାପାଖି ୨ଟା ୩୦ମି. ବେଳକୁ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ଅମିତ ଶାହ ଜେଟଲୀଙ୍କୁ ମନେ ପକାଇ ତାଙ୍କ ଜୀବନ ଯାତ୍ରାର ଏକ ଭିଡିଓ ନିଜ ଟ୍ୱିଟରରେ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ବାହାରିନ ଗସ୍ତରେ ଥିବାବେଳେ ସେ ସେଠାରୁ ହିଁ ଜେଟଲୀଙ୍କୁ ମନେ ପକାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାବ୍ୟତିତ ବିଜେପି କାର୍ଯ୍ୟାଳୟରେ ଦଳର ଅନ୍ୟ ସମସ୍ତ ନେତା ଏବଂ ବହୁ ବିଶିଷ୍ଟ ରାଜନୈତିକ ନେତାମାନେ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀରକୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟା ୦୭ମି. ସମୟରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜେଟଲୀଙ୍କ ଦେହାନ୍ତ ଘଟିଥିଲା ।