Latest Odisha News

BREAKING NEWS

ଜାଣନ୍ତୁ କାହିଁକି ପାଳିତ ହୁଏ ‘ବିଶ୍ବ ନିମୋନିଆ ଦିବସ’, କ’ଣ ଏହାର ଇତିହାସ ଓ ଥିମ୍

ଭୁବନେଶ୍ବର: ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୁଏ ବିଶ୍ବ ନିମୋନିଆ ଦିବସ। ଏହି ଦିନ ନିମୋନିଆ ସମ୍ପର୍କିତ ସଚେତନତା କରାଯାଇଥାଏ। ଏହା ଶିଶୁ ଏବଂ ବୟସ୍କମାନଙ୍କୁ ଅଧିକ ହେଉଥିବାର ଦେଖିବାକୁ ମିଳିଥାଏ। ଏହା ଏକ ସଂକ୍ରାମକ ରୋଗ। ଏହି ରୋଗରେ ସଂକ୍ରମଣ କାରଣରୁ ଶିଶୁ ଓ ବୟସ୍କମାନେ ବହୁତ କଷ୍ଟ ପାଉଥିବାର ଦେଖାଯାଏ।

କିଛି ସହଜ ଟିପ୍ସ ପ୍ରୟୋଗ କରି ଆପଣ ନିମୋନିଆ ଭଳି ରୋଗରୁ ମୁକ୍ତି ପାଇପାରିବେ। ଏହି ରୋଗ ଜନ ବହୁଳ ଦେଶମାନଙ୍କରେ ହେଉଥିବା ଦେଖିବାକୁ ମିଳେ। ଏହା ବ୍ୟାକ୍ଟେରିଆ, ଭାଇରସ ଓ ଫଙ୍ଗାଲ ଇନଫେକ୍ସନ କାରଣରୁ ହୋଇଥାଏ।

ଏହି ରୋଗ କାରଣରୁ ଆପଣଙ୍କ ଫୁସଫୁସ ପ୍ରଭାବିତ ହୋଇ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକମାନେ ଏହି ରୋଗରେ ଶିକାର ହେଲେ ବହୁତ କଷ୍ଟ ଅନୁଭବ କରୁଥିବା ବେଳେ ଏହି ରୋଗ ଅନେକ ସମୟରେ ଶିଶୁମାନଙ୍କ ଜୀବନ ନେଇଥାଏ।

କ’ଣ ରହିଛି ଥିମ ? 

ପ୍ରତି ବର୍ଷ ବିଶ୍ବ ନିମୋନିଆ ଦିବସରେ ଭିନ୍ନ ଥିମ ରଖାଯାଇଥାଏ। ଚଳିତ ବର୍ଷ ପାଇଁ ଏହି ରୋଗର ଥିମ ହେଲା- “ଇଭରି ବ୍ରେଥ କାଉଣ୍ଟସ , ଷ୍ଟପ ନିମୋନିଆ ଇନ ଇଟ୍ସ ଟ୍ରାକ”। ଏହାର ଅର୍ଥ ହେଉଛି, ପ୍ରତିଟି ଶ୍ବାସ ମହତ୍ୱପୂର୍ଣ୍ଣ ହୋଇଥାଏ। ଏହି କାରଣରୁ ନିମୋନିଆକୁ ରୋକିବାର ଆବଶ୍ୟକତା ରହିଛି। ଏହି ରୋଗକୁ ରୋକିବାକୁ କିକିତ୍ସା ଓ ପ୍ରତିରୋଧ ନିହାତି ଆବଶ୍ୟକ।

ଏହି ଦିବସ ପାଳନର ଇତିହାସ
୨୦୦୯ ମସିହାରେ ସର୍ବପ୍ରଥମେ ନିମୋନିଆ ଦିବସ ପାଳିତ ହୋଇଥିଲା। ଶିଶୁମାନଙ୍କୁ ନିମୋନିଆରୁ ରକ୍ଷା କରିବାକୁ ଗୋଟିଏ ସଂଗଠନ ଏହାକୁ ପାଳନ କରିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଷ୍ଟପ୍ ନିମୋନିଆ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଥିଲା। ଶ୍ବାସଜନିତ ମୃତ୍ଯୁ ସଂଖ୍ୟା ହ୍ରାସ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଏହାକୁ ଦେଖି ବିଭିନ୍ନ ଦେଶ ପ୍ରସଂଶା କରିବା ସହିତ ବିଶ୍ବ ସ୍ତରରେ ଏହା ପାଳିତ ହେଲା।

ନିମୋନିଆ ଏକ ସଂକ୍ରାମକ ରୋଗ ହୋଇଥିବା ବେଳେ ଏହା କାଶ, ଛିଙ୍କ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣଙ୍କ ପାଖକୁ ବ୍ୟାପିଥାଏ। ଏହି ରୋହ ବିଭିନ୍ନ ପ୍ରକାରର ହୋଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ଅନୁସାରେ ପ୍ରତି ବର୍ଷ ୧୪ ଲକ୍ଷ ୫ ବର୍ଷରୁ କମ ବୟସର ପିଲା ଏହି ରୋଗ କାରଣରୁ ପ୍ରାଣ ହରାଉଛନ୍ତି। UNISEF ତଥ୍ୟ ଅନୁଯାୟୀ, ପ୍ରତି ୩୯ ସେକେଣ୍ଡରେ ଜଣେ ଶିଶୁ ନିମୋନିଆ କାରଣରୁ ମୃତ୍ଯୁ ବରଣ କରୁଛି। ଅତ୍ୟଧିକ ଧୂମ୍ରପାନ କରୁଥିବା ବ୍ୟକ୍ତି ଏହି ରୋଗରେ ଶିକାର ହେଲେ ରିସ୍କ ପରିମାଣ ବଢିଥାଏ।

ଦିବସ ପାଳନର ମହତ୍ଵ
ନିମୋନିଆ ସଂକ୍ରମଣ ବଢିବାରେ ଲାଗିଛି। ରୋଗ ବଢିବ ସାଙ୍ଗକୁ ମୃତ୍ଯୁ ସଂଖ୍ୟା ମଧ୍ୟ ବଢୁଛି। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ। ଏହାଦ୍ବାରା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଆଶା କରାଯାଏ।

Comments are closed.