Latest Odisha News

BREAKING NEWS

ବିଶ୍ୱ ରେଡ଼ିଓ ଦିବସ: ଏବେ ବି ରେଡ଼ିଓ ସବୁଠୁ ଆଗରେ

ଭୁବନେଶ୍ୱର: ବିଶ୍ୱ ରେଡ଼ିଓ ଦିବସ । ଆଜି ଫେବୃଆରୀ ୧୩ ତାରିଖ । ଏହି ଦିବସଟି ଦେଶବାସୀଙ୍କ ପାଇଁ ବେଶ ମହତ୍ତ୍ୱ ରଖେ । ପ୍ରତି ସମୟରେ ଲୋକମାନଙ୍କ ମନୋରଞ୍ଜନ କରୁଥିବା ରେଡ଼ିଓ ପାଇଁ ଦିନଟିଏ । ଆଜିର ଏହି ଦିନରେ ବିଶ୍ୱ ଆଜି ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ୟୁନେସ୍କୋରେ ୨୦୧୧ ମସିହା ନଭେମ୍ବରରେ ନିଷ୍ପତ୍ତି ହୋଇଥିଲା ବିଶ୍ୱ ରେଡ଼ିଓ ଦିବସ ପାଳନ କରିବାର ।

ମାନବୀୟ ଜୀବନ ରେଡ଼ିଓର ପରାକାଷ୍ଠା, ରେଡିଓର ଅଙ୍କାବଙ୍କା ରାସ୍ତାକୁ ମନେ ପକାଇବାର ଦିନଟିଏ ହେଉଛି ରେଡ଼ିଓ ଦିବସ । ଭାରତରେ ଘରୋଇ ରେ଼ଡିଓ ପ୍ରସାରଣ ଓ ପରେ ଆକାଶବାଣୀ ଆଉ ଏଫଏମ ରେଡ଼ିଓ । ରେଡ଼ିଓର ଯାତ୍ରା ବହୁତ ଅଙ୍କାବଙ୍କା ଓ ବହୁତ ଲମ୍ବା । ଉତ୍ଥାନ ପତନ ମଧ୍ୟରେ ରେଡ଼ିଓ ତାର ଯାତ୍ରା ଜାରି ରଖିଛି ।

ବିଶ୍ୱ ରେଡ଼ିଓ ଦିବସ ଅବସରରେ ବିଶ୍ୱର ଅନେକ ଦେଶରେ ଏହି ଦିବସ ଧୁମଧାମରେ ପାଳିତ ହେଉଛି ।  ରେଡ଼ିଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବିକ ମୂଲ୍ୟବୋଧ ପ୍ରସାର ଦିଗରେ ଏକ ବଳିଷ୍ଠ ମାଧ୍ୟମ । ବିଶ୍ୱର ସର୍ବାଧିକ ଶ୍ରୋତାଙ୍କ ପାଖରେ ରେଡ଼ିଓ ପହଂଚି ପାରିଛି ଏବଂ ସମାଜରେ ବିବିଧତା ମଧ୍ୟରେ ଏକତାର ଭାବ ସୃଷ୍ଟି ସହ ସମସ୍ତଙ୍କୁ ଶୁଣିବା ଓ ପ୍ରତିନିଧିତ୍ବ ଅଧିକାର ଦେଇଛି।

ବହୁ ପୁରାତନ ଯୁଗରୁ ରେଡ଼ିଓ ଓ ମଣିଷ ଭିତରେ ସଂପର୍କ ଅତି ପୁରୁଣା । ରେଡ଼ିଓ ମତ ପ୍ରକାଶନର ସବୁଠୁ ପୁରୁଣା ମାଧ୍ୟମ । ଦିନ ଥିଲା ରେଡ଼ିଓ ଲୋକମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ ଥିଲା । ଆଜିର ପ୍ରଚାର ଓ ପ୍ରସାରଣ ଯୁଗରେ ପୁଣି ରେଡ଼ିଓର ଚାହିଦା ସର୍ବବ୍ୟାପି ହୋଇପାରିଛି ।

ରେଡ଼ିଓ ଆଜିର ବୈଷୟିକ ସୁଯୋଗରେ ସବୁ କ୍ଷେତ୍ର ସହ ଯୋଡ଼ି ହୋଇଯାଇଛି । ଦ୍ରୁତ ଟେକ୍ନୋଲୋଜି ଓ ଇଣ୍ଟରନେଟର ବହୁଳ ପ୍ରସାର ଫଳରେ ରେଡ଼ିଓର ଚାହିଦା କମିଥିଲେ ମଧ୍ୟ ଆଜିବି ତାହାର ଅସ୍ତିତ୍ବ ବଜାୟ ରଖିଛି ।

ଚଳିତ ବର୍ଷ ବିଶ୍ୱ ରେଡ଼ିଓ ଦିବସର ବାର୍ତ୍ତା ରହିଛି ‘ରେଡ଼ିଓ ଓ ବିଶ୍ୱାସ’। ଚଳିତ ବର୍ଷ ରଏଟର ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ ଆକାଶବାଣୀ-୧ ନମ୍ବର ଭରସା ଯୋଗ୍ୟ ରେଡ଼ିଓ ମାଧ୍ୟମ ହୋଇପାରିଛି । ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥୁବା ଲୋକଙ୍କ ପାଇଁ ରେଡ଼ିଓ ଏକ ଭରସାଯୋଗ୍ୟ ମାଧ୍ୟମ ହୋଇପାରିଛି ହୋଇପାରିଛି ।

ବର୍ତ୍ତମାନ ଯୁଗରେ ମଧ୍ୟ ରେଡ଼ିଓର ଆବଶ୍ୟକତା । ଯୋଗାଯୋଗ ପାଇଁ ଆଜି ବି ରେଡ଼ିଓର ଆବଶ୍ୟକତା କେତେ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି ତାହା ଦର୍ଶାଇଛି ।

 

 

Comments are closed, but trackbacks and pingbacks are open.