Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ ୨୦ରୁ “ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩”

ଭୁବନେଶ୍ବର : ‘ସ୍କିଲଡ୍-ଇନ୍-ଓଡିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର “ନୂତନ ବିଶ୍ବ ପାଇଁ ଦକ୍ଷତା ବିକାଶ’ ଥ୍ମ୍ ସହିତ ଚଳିତ ଏପ୍ରିଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ‘ଓଡିଶା ସ୍କିଲ୍ କନକ୍ଲେଭ – ୨୦୨୩” ଆୟୋଜନ କରୁଛନ୍ତି । ଏହି କନକ୍ଲେଭ ମାଧ୍ୟମରେ ସରକାର ଶିଳ୍ପ, ଶାକ୍ଷାନୁଷ୍ଠାନ, ତାଲିମ ସହଭାଗୀ, କ୍ଷେତ୍ରିୟ ଦକ୍ଷତା ପରିଷଦ, ଆନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର ପ୍ରତିନିଧୀ ଏବଂ ସ୍କିଲ୍ ଆମ୍ବାସାଡରଙ୍କୁ ସହ ଜଡିତ ହେବାକୁ ପ୍ରଯତ୍ନ କରୁଛନ୍ତି । ସୁଚିନ୍ତିତ, ସହମତି ଭିଭିରେ କାର୍ଯ୍ୟ କରିବା ସହିତ ଏକ ନୂତନ ବିଶ୍ବ ଗଠନ ଦିଗରେ ଓଡିଶାର ବିକାଶ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରିବାର ଏହା ହେଉଛି ଉପଯୁକ୍ତ ପ୍ଲାଟଫର୍ମ।

ଉଦଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତରେ ସମନ୍ବିତ ସ୍କିଲ୍ ଇକୋସିଷ୍ଟମ୍ ଦକ୍ଷମାନବ ଶକ୍ତି ଇତ୍ୟାଦି ପ୍ରସଙ୍ଗ ଭିତ୍ତିକ ଆଲୋଚନା ସହ ଦକ୍ଷତା ବିକାଶ ଉପରେ ଅଧ୍ଶନ ମାନ ଅନୁଷ୍ଠିତ ହେବ । ଏଥିସହ ଏପ୍ରିଲରେ ସ୍ବତନ୍ତ୍ର ଅଧିବେଷଣ ଓ ପ୍ରଦର୍ଶନୀ ମାଧ୍ୟମରେ ଭାରତକୁ ସ୍କିଲ୍ କ୍ୟାପିଟାଲ୍ ଭାବେ ଗଢି ତୋଳିବା, ଦକ୍ଷତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ, ଡ୍ରୋନ୍ ଟେକ୍ନୋଲୋଜି ସହିତ ସେକ୍ଟର ସ୍କିଲ୍ କାଉନସିଲର ଭୂମିକା ଆଦି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି ।

ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଆନ୍ତର୍ଜାତୀୟ ତଥା ଜାତୀୟ ମାନ୍ୟଗଣ୍ୟ ବ୍ୟକ୍ତି / ବୁଦ୍ଧିଜୀବୀ / ଶିଳ୍ପ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ। ଦୁଇ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିଳ୍ପ / ଏକାଡେମୀ / ସରକାରୀ କ୍ଷେତ୍ରର ଏକ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଏହି ସମ୍ମିଳନୀରେ ITI/ପଲିଟେକ୍ନିକ୍ସ / ଇଞ୍ଜିନିୟରିଂ କଲେଜ / ବିଶ୍ବବିଦ୍ୟାଳୟ ତଥା ବିଶିଷ୍ଟ ଶିଳ୍ପ ତଥା ସରକାରୀ ବିଭାଗର ଶହେରୁ ଉର୍ଦ୍ଧ୍ୱ ପ୍ରଦର୍ଶନୀ ଆୟୋଜିତ ହେବ | କନକ୍ଲେଭରେ ରାଜ୍ୟରେ ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଏମଓୟୁ ସ୍ବାକ୍ଷର ହେବ। ଏଥିସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ସମ୍ମେଳନରେ ପ୍ରତିଦିନ ୩ ହଜାର ଅଂଶଗ୍ରହଣକାରୀ ଭାଗ ନେବେ । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି ଏଥିରେ ସାମିଲ ହେବା ପାଇଁ ୱେବସାଇଟରେ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବ। ‘ସ୍କିଲ୍ଡ ଇନ୍ ଓଡିଶା’ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବରେ ମାନ୍ୟତା ପାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.