Latest Odisha News

BREAKING NEWS

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଘୁଂଚିଲା

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଘୁଂଚିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇ ଏବେ ଏହା ଜୁନ ୧୮ରୁ ୨୨ ମଧ୍ୟରେ ହେବ । ପୂର୍ବରୁ ଏହା ଲଡ୍ସ ଗ୍ରାଉଣ୍ଡରେ ଜୁନ ୧୦ରୁ ୧୪ ମଧ୍ୟରେ ହେବାର ଥିଲା । ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ଭାରତ ଇଂଲଣ୍ଡ ବିପକ୍ଷରେ ଏବଂ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ ।

ଏହି ଦୁଇ ସିରିଜରୁ ଅନ୍ୟ ଦଳ ଚୂଡାନ୍ତ ହେବ । ଜୁନ ୨୩କୁ ରିଜର୍ଭ ଡେ ଭାବେ ରଖାଯାଇଛି । ଟିମ୍ ଇଣ୍ଡିଆ ୪୩୦, ନ୍ୟୁଜିଲାଣ୍ଡ ୪୨୦ ପଂଏଟ ସହ ଆଗରେ ଅଛନ୍ତି ।

Leave A Reply

Your email address will not be published.