Latest Odisha News

BREAKING NEWS

ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କକୁ ଗଡିବ ମୋବସ୍‌

ପୁରୀ: କ୍ରୁଟ୍ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀ, କୋଣାର୍କ କୁ ଗଡିବ ମୋ ବସ୍ । ୨୭ ସେପ୍ଟେମ୍ବର ରବିବାର ଠାରୁ ଆରମ୍ଭ ହେବ ଏହି ସେବା। ଏଥିପାଇଁ ବହୁ ଦିନରୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଆସୁଥିଲେ ।

ରୁଟ୍ ନଂ – ୫୦: ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡ୍‌ରୁ ବାହାରି ମୋ ବସ୍ ପୁରୀ ଅଭିମୁଖେ ଯାତ୍ରା କରିବ । ଠିକ୍ ସେହିପରି ରାଜଧାନୀ ସହିତ କୋଣାର୍କକୁ ରୁଟ୍ ନଂ– ୭୦ ସଂଯୋଗ କରିବ ।

“ପୁରୀ ଓ କୋଣାର୍କ” ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ କ୍ଷେତ୍ର ଭାବେ ପରିଚିତ । ଓଡ଼ିଶାରୁ ଓ ବାହାରୁ ଭିନ୍ନଭିନ୍ନ ସହରରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ତଥା ରାଜଧାନୀରୁ ପ୍ରତିଦିନ ଯାତାୟତ କରୁଥିବା ଅନେକ ଲୋକ ଏହା ଦ୍ୱାରା ଲାଭାନ୍ୱିତ ହେବେ । ବର୍ତ୍ତମାନ ପରିସ୍ଥିତିରେ ପ୍ରଥମେ ୨ଟି ବିନା ବାର୍ତ୍ତାନୁକୁଳିତ ବସ ସେବା ଆରମ୍ଭ ହେଉଛି । ରବିବାର ଦିନ ଗୋଟିଏ ଗୋଟିଏ ବସ ଉଭୟ ରୁଟ୍‌ରେ ଯିବ ।

ସାଧାରଣ ବସସେବା ସୋମବାରଠାରୁ ଆରମ୍ଭ ହେବ ଓ ୨ଟି ଲେଖାଏଁ ବସ୍ ପ୍ରତ୍ୟେକ ରୁଟ୍‌ରେ ଚାଲିବ ବୋଲି କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

ରୁଟ୍ ନଂ ପାଇଁ ୫୦ ପାଇଁ ସର୍ବାଧିକ ୭୦ଟଙ୍କା ଏବଂ ରୁଟ୍ ନଂ ୭୦ ପାଇଁ ୬୦ ଟଙ୍କା ଯାତ୍ରୀଭଡା ଧାର୍ଯ୍ୟ କରାଯାଇଛି ।

ବସ୍ ଭଡା ଦେବା ପାଇଁ କ୍ୟୁଆର୍ କୋଡ୍ ଅଥବା ନିର୍ଦ୍ଧାରିତ ମୂଲ୍ୟ ଦେବାକୁ ଅନୁରୋଧ କରାଯାଇଛି । ଏହାଦ୍ୱାରା ନୋଟ୍ ଏବଂ ଖୁଚୁରାର ଆଦାନପ୍ରଦାନ ଯନିତ ଭୁତାଣୁ ସଂପ୍ରସାରଣକୁ ରୋକା ଯାଇ ପାରିବ ।

ରୁଟ୍ ନଂ ୫୦ ମାଷ୍ଟରକ୍ୟାଣ୍ଟିନ୍‌, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ୍‌, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ୍‌, ମାଳତୀପାଟପୁର ଓ ପୁରୀ ବସଷ୍ଟାଣ୍ଡରେ ରହିବ ।

ଠିକ୍ ସେହିପରି ରୁଟ୍ ୭୦ ସମସ୍ତ ମୁଖ୍ୟ ମୁଖ୍ୟ ବସ୍‌ଷ୍ଟପରେ ଦେଇ ଯାତ୍ରା କରିବ । ଗାଇଡଲାଇନ ଅନୁଯାୟୀ, କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ ।

ବସ ଗୁଡିକୁ ପ୍ରତିଦିନ ସାନିଟାଇଜ କରାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ବିଷେଶ ଭୂତାଣୁ ନାସକ ଶୋଧକର ବ୍ୟବହାର କରାଯିବ ।

Leave A Reply

Your email address will not be published.