Latest Odisha News

BREAKING NEWS

ଗାଭାସ୍କରଙ୍କ ଅରୁଚିକର ମନ୍ତବ୍ୟ ଜବାବରେ କଣ କହିଲେ ଅନୁଷ୍କା..?

ମୁମ୍ବାଇ: ଆଇପିଏଲର ଗତକାଲି ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନ ଖରାପ ହେବାରୁ କମେଣ୍ଟ୍ରି ବେଳେ ଏକ ଅରୁଚିକର ମନ୍ତବ୍ୟ ଦେଇଥିଲେ କ୍ରିକେଟର ସୁନୀଲ ଗାଭାସ୍କର । ଯାହାର କଡା ଜବାବ ଦେଇଛନ୍ତି ଅନୁଷ୍କା ।

ବିରାଟ ଆଉଟ୍ ହୋଇଯିବା ପରେ କମେଣ୍ଟ୍ରି ବେଳେ ଗାଭାସ୍କର କହିଥିଲେ ଯେ, ‘ଯେଉଁ ସମୟରେ ଲକଡାଉନ ଥିଲା ସେତେବେଳେ ବିରାଟ ଅନୁଷ୍କାଙ୍କ ବୋଲିଂର ଅଭ୍ୟାସ କଲେ, ସେଥି ପାଇଁ ପ୍ରଦର୍ଶନ ଏପରି ହେଉଛି ।’

ଏହାକୁ ଅନୁଷ୍କା ଓ ତାଙ୍କ ଫ୍ୟାନମାନେ ନିନ୍ଦା କରିଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ ମାନେ ଗାଭାସ୍କରଙ୍କୁ ଟ୍ରୋଲ କରୁଥିବା ଅନୁଷ୍କା ଏପରି ଅରୁଚିକର ମନ୍ତବ୍ୟ କାହିଁକି ସେ ଦେଲେ ତାହାର ଜବାବ ମାଗିଛନ୍ତି ।
ଏଭଳି ଅରୁଚିକର ମନ୍ତବ୍ୟରେ ସେ ଦୁଃଖୀ ହୋଇଥିବା କହିଛନ୍ତି । ତେବେ ସ୍ୱାମୀଙ୍କ କଥା କହିବା ବେଳେ ସବୁ ବେଳେ ଅଯଥା ତାଙ୍କ ନାମ ନ ନେବାକୁ ସେ କହିଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ମୁଁ ଜାଣିଛି ଆପଣ କ୍ରିକେଟ କମେଣ୍ଟ୍ରି ବେଳେ ସବୁ କ୍ରିକେଟରଙ୍କ ପାରିବାରିକ ପ୍ରସଙ୍ଗକୁ ଆପଣ ସମ୍ମାନ ଜଣାନ୍ତି । ଏହି ସମ ପରିମାଣର ସମ୍ମାନ ମତେ କିମ୍ବା ଆମକୁ ଦେବା ଆପଣ ଉଚିତ୍ ଭାବୁନାହାନ୍ତି କି ? ’

ଗତ ଗୁରୁବାର ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଂଜର୍ସ ବେଙ୍ଗାଳୁରୁ ଓ କିଙ୍ଗସ୍ ଇଲେଭେନ ପଂଜାବ ଭିତରେ ମ୍ୟାଚ ଚାଲିଥିବା ବେଳେ କୋହଲି ୫ ବଲରେ ମାତ୍ର ଏକ ରନ କରି ଆଉଟ୍ ହୋଇଯାଇଥିଲେ । ଏଥି ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଧରିପାରି ନଥିଲେ ।

Leave A Reply

Your email address will not be published.