Latest Odisha News

BREAKING NEWS

‘ବିଶ୍ବ ଜଳ ଦିବସ’ ପାଳନର କ’ଣ ରହିଛି ବିଶେଷତ୍ଵ…

ଭୁବନେଶ୍ୱର: ପ୍ରତିବର୍ଷ ୨୨ ମାର୍ଚ୍ଚରେ ପାଳିତ ହୁଏ ବିଶ୍ୱ ଜଳ ଦିବସ । ଜଳ ହେଉଛି ସୃଷ୍ଟିର ଆଧାର। ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପାଳନ କରାଯାଇଥାଏ।

‘ବିଶ୍ବ ଜଳ ଦିବସ’ର ଉଦ୍ଦେଶ୍ୟ-

କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ। ଜଳ ବହୁଳେ ସୃଷ୍ଟି ନାଶ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି- ସାରା ବିଶ୍ୱ ପାଇଁ ଜଳ ସଂରକ୍ଷଣ କେତେ ଜରୁରୀ ସେନେଇ ସଚେତନ କରାଇବା।

ବିଶ୍ୱ ଜଳ ଦିବସ ୨୦୨୧ର ଥିମ୍-

ପ୍ରତିବର୍ଷ କିଛି ଥିମ୍ ସହିତ ବିଶ୍ୱ ଜଳ ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରହିଛି- “Valuing Water”। ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠାରେ ଲୋକମାନେ ପାନୀୟ ଜଳ ମଧ୍ୟ ପାଆନ୍ତି ନାହିଁ। ଯାହା ଫଳରେ ଲୋକମାନେ ମଇଳା ପାଣି ପିଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ ଜଳର ମୂଲ୍ୟବୋଧକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କେବେଠୁ ଆରମ୍ଭ ହୋଇଥିଲା ‘ବିଶ୍ବ ଜଳ ଦିବସ’-

ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମିଳନୀ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ପରେ ୧୯୯୩ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା।

ଏମିତି ପାଳନ ହୁଏ ‘ବିଶ୍ବ ଜଳ ଦିବସ’

ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳର ଉପାଦେୟତା ସଂପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିବିର, ଶୋଭାଯାତ୍ରା, ଆଲୋଚନାଚକ୍ର ଇତ୍ୟାଦିର ଆୟୋଜନ କରାଯାଏ । ଏପରିକି କେତେକ ସ୍ଥାନରେ ଜଳ ସଂରକ୍ଷଣର ଆବଶ୍ୟକତା ନେଇ ଅନେକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଏ ।

Leave A Reply

Your email address will not be published.