Latest Odisha News

BREAKING NEWS

ପୁଅ ସାଜିଲା ପିଶାଚ: ଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା, ମାଆ ଗୁରୁତର

ଅନୁଗୁଳ: ପୁଅ ନାଁରେ କଳଙ୍କ । ପିତୃ ହନ୍ତା । ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଆକ୍ରମଣରେ ମାଆ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଦୁର୍ଗାପୁର କୁଡ଼ାସାହିର କୃଷ୍ଣଚନ୍ଦ୍ର ବେହେରା । ତାଙ୍କ ପତ୍ନୀ ରୁକ୍ମିଣୀ ବେହେରାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପୁଅ ନାଥ ବେହେରା ଘଟଣାସ୍ଥଳରୁ ଚମ୍ପଟ ମାରିଛି ।

ନାଥ ବେହେରା ଜଣେ ଗାଡି ଚାଳକ । ଗତକାଲି ଗାଁକୁ ଫେରିଥିଲେ । ଆଜି ସକାଳେ କୌଣସି କାରଣକୁ ନେଇ ବାପା-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ନାଥ ଏକ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା । ମାଆ ବାରଣ କରିବାରୁ ତାଙ୍କ ଉପରେ ବି ହୋଇଥିଲା ଆକ୍ରମଣ । ଘଟଣାସ୍ଥଳରେ ଟଳି ପଡ଼ିଥିଲେ କୃଷ୍ଣଚନ୍ଦ୍ର ।

ବାପାଙ୍କର ମୃତ୍ୟୁ ହୋଇଥିବା ଦେଖି ଫେରାର ହୋଇଯାଇଛି ପିଶାଚ ପୁଅ । ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଡାକି ଗୁରୁତର ରୁକ୍ମିଣୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଜରପଡ଼ା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.