ବିଶ୍ୱ ଜଳ ଦିବସ: କେମିତି ପାଣି ହେଲା ଦେଶର ବଡ ବ୍ୟବସାୟ ?
ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ଏପରି ଏକ ପ୍ରାକୃତିକ ସମ୍ପଦ ଯାହା କେବଳ କୃଷି ଉଦ୍ଦେଶ୍ୟରେ କିମ୍ବା ପିଇବା ପାଇଁ ବ୍ୟବହୃତ ହୁଏ ନାହିଁ ବରଂ ଏହା ଜୀବନ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳ ବିନା ଜୀବନ ଅସମ୍ଭବ। ତେଣୁ କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ । ଯେହେତୁ ପାଣି ପୃଥିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହାର ଅଭାବ ହେଲେ ସାରା ଦୁନିଆ ଅକଳରେ ପଡିଯିବ । କିନ୍ତୁ ଆପଣ କଳ୍ପନା କରିପାରୁଛନ୍ତି ଯେଉଁ ପାଣି ସବୁଠି ଉପଲବ୍ଧ ତାହା କିପରି ଦେଶରେ ଏକ ବ୍ୟବସାୟରେ ପରିଣତ ହୋଇଛି।
୧୯୯୨ରେ ବ୍ରାଜିଲର ରିଓ ଡି ଜେନେରିଓରେ ଆୟୋଜିତ ୟୁନାଇଟେଡ ନେଶନ କନଫରେନସ ଅନ୍ ଏନଭାଇରନମେଣ୍ଟ ଆଣ୍ଡ ଡେଭଲପମେଣ୍ଟରେ ଜାତିସଂଘର ବାଣିଜ୍ୟ ପ୍ରୋତ୍ସାହନ ପରିଷଦରେ ଏହି ଦିବସ ପାଳନ ନେଇ ଘୋଷଣା କରାଯାଇଥିଲା। ଏହାପରଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ରୁ ବିଶ୍ୱ ଜଳ ଦିବସ ଭାବେ ପାଳନ ହେଉଛି। ପ୍ରଥମ ବିଶ୍ୱ ଜଳ ଦିବସ ୨୨ ମାର୍ଚ୍ଚ ୧୯୯୩ରେ ପାଳନ କରାଯାଇଥିଲା।
ଏକ ରିପୋର୍ଟ ଅନୁଯାୟୀ ପାଣି ବିକ୍ର ବର୍ଷକୁ ବର୍ଷ ବଢି ଚାଲିଛି । ୫୦ ବର୍ଷ ମଧ୍ୟରେ ୧.୮୦ ଲକ୍ଷ କୋଟି ଟଙ୍କାର ବ୍ୟବସାୟରେ ପରିଣତ ହୋଇଛି। ସେହିପରି ୨୦୨୩ ସୁଦ୍ଧା ଏହି ବ୍ୟବସାୟ ୪.୫ ଲକ୍ଷ କୋଟିରେ ପହଞ୍ଚିବ ବୋଲି ସୂଚନା ରହିଛି ।
୧୯୬୫ ମସିହାରେ ମୁମ୍ବାଇରେ ପ୍ରଥମ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା, ଯେତେବେଳେ ବିସଲେରୀ ମୁମ୍ବାଇର ଥାନେରେ ପ୍ରଥମ ପ୍ଲାଣ୍ଟ ବସାଇଥିଲା। ସେତେବେଳେ ଅନେକ ଲୋକ ତାଙ୍କୁ ପରିହାସ କରିଥିଲେ ଯେ କିଏ ପାଣି କିଏ କିଣି ପିଇବ? କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଆମେ ପ୍ରତିବର୍ଷ ୩୫ ବିଲିୟନ ଲିଟରରୁ ଅଧିକ ପାଣି କିଣି କରି ପିଉଛୁ। କେବଳ ତିନୋଟି କମ୍ପାନୀ ବୋତଲରେ ପାଣି ବିକ୍ରି କରୁଛନ୍ତି ମୋଟ୍ ବ୍ୟବସାୟର ୬୫%। ଏହି କମ୍ପାନୀଙ୍କ ମଧ୍ୟରେ ଆଗରେ ରହିଛି ବିସଲେରି । ଯାହାକି ସର୍ବାଧିକ ୪୦ ପ୍ରତିଶତ ଅଂଶଧନ ହାସଲ କରିଥିବାବେଳେ ଆକ୍ୱାଫିନା ୧୫ ପ୍ରତିଶତ ଏବଂ କିନଲି ୧୦ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି।
୧୯୬୯ ମସିହାରେ ପାର୍ଲେଜି ତିଆରି କରୁଥିବା କମ୍ପାନୀର ମାଲିକ ରମେଶ ଚୌହାନ ୪ ଲକ୍ଷ ଟଙ୍କାରେ ବିସଲେରି କମ୍ପାନୀ କିଣିଥିଲେ। ଆଜି ଏହାର ବଜାର ମୂଲ୍ୟ ୧.୫ ଲକ୍ଷ କୋଟିରୁ ଅଧିକ। କମ୍ପାନୀ ପ୍ରତି ମାସରେ ୧୫ କୋଟି ବୋତଲ ପାଣି ତିଆରି କରୁଛି।
୨୦୧୯ରେ ବୋତଲ ପାଣି ବ୍ୟବସାୟ ବାର୍ଷିକ ୨୧% ବୃଦ୍ଧି ପାଇଥିଲା। ଅବଶ୍ୟ, ଅନ୍ୟ ବ୍ୟବସାୟ ପରି ୨୦୨୦ରେ କରୋନା ପାଇଁ ପାଣି ବ୍ୟବସାୟ ପାଇଁ ଭଲ ବୋଲି ପ୍ରମାଣିତ ହୋଇପାରିଲା ନାହିଁ ଏବଂ ୨୦୨୦ରେ ଏହା ୩% ହ୍ରାସ ପାଇଥିଲା। ଏବେ ୨୦୨୨ରେ ଏହା ୧୮% ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ସେହିପରି ଜାତୀୟ ଗଣମାଧ୍ୟମର ବିଭିନ୍ନ ରିପୋର୍ଟରୁ ଜଣାପଡେ ଭାରତରେ ପ୍ରାୟ ୧୫୦ଟି କମ୍ପାନୀ ବୋତଲରେ ପାଣି ବିକ୍ରି କରୁଛନ୍ତି। ଏଥିମଧ୍ୟରେ ବିସଲେରୀ, ଆକ୍ୱାଫିନା, କିନଲି, ବେଲି, ହିମାଳୟ, ରେଳ ନିର, ଟାଟା ୱାଟର ପ୍ଲସ୍, ବେଦିକା ଇତ୍ୟାଦି ଅନେକ କମ୍ପାନୀ ରହିଛନ୍ତି। ଯେଉଁଠାରେ ୧.୬ ଲିଟର ପାଣି ଏକ ଲିଟର ବୋତଲ ପାଣି ତିଆରି ପାଇଁ ବ୍ୟବହୃତ ହୁଏ।