Latest Odisha News

ଟ୍ରମ୍ପଙ୍କ ପୁଅ ଟୁଇଟ କରି କହିଲେ-‘ମୋ ବାପାଙ୍କ ମୃତ୍ୟୁ ହୋଇଯାଇଛି’ ହ୍ୟାକ ହୋଇଗଲା କି ଆକାଉଣ୍ଟ ?

ୱାଶିଂଟନ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଜୁନିଅର ଟ୍ରମ୍ପଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇ ଯାଇଛି । ତାଙ୍କ ଆକାଉଣ୍ଟରୁ ଲଗାତାର ଆପତ୍ତିଜନକ ପୋଷ୍ଟ ଆସୁଛି । ଅବଶ୍ୟ ଆକାଉଣ୍ଟ ହ୍ୟାକ ହେବା ନେଇ ଏ ଯାଏ କୌଣସି ସୂଚନା ଅଫିସିଆଲି ଦିଆ ଯାଇନାହିଁ । ତେବେ ତାଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଉଛି, ଡୋନାଲ୍ଡ ଟ୍ରମ୍ପଙ୍କର ମୃତ୍ୟୁ ହୋଇଯାଇଛି । ଯଦିଓ ଏହି ଖବର ମିଛ ତେବେ ବାରମ୍ବାର ଏହି ଖବରକୁ ପୋଷ୍ଟ କରାଯାଉଛି ।

ଏହି ଆକାଉଣ୍ଟରୁ ବିଭିନ୍ନ ପ୍ରକାର ପୋଷ୍ଟ କରାଯାଉଛି । ଏଥିରେ ବାଇଡେନଙ୍କୁ ମଧ୍ୟ ଗାଳି ଦିଆଯାଇଛି । ଏପରକି ଏଲନ ମସ୍କଙ୍କୁ ନେଇ ମଧ୍ୟ ପୋଷ୍ଟ କରାଯାଇଛି ।

 

ହ୍ୟାକର ଜୁନିଅର ଟ୍ରମ୍ପଙ୍କ ଆକାଉଣ୍ଟରେ ଲେଖିଛନ୍ତି, , ମୋତେ ଏହା କହିବାକୁ ଦୁଃଖ ଲାଗୁଛି ଯେ, ମୋର ପିତା ଡୋନାଲ୍ଡ ଟ୍ରମ୍ପ ଆଉ ନାହାନ୍ତି । ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ମୁଁ ଅଂଶ ଗ୍ରହଣ କରିବାକୁ  ଯାଉଛି । ଏଥିରେ ଆହୁରି ଲେଖା ଯାଇଛି ନର୍ଥ କୋରିଆକୁ ଧୁଳିସାତ କରି ଦିଆଯିବ । ଏସବୁ ଦେଖି ଜଣାପଡିଛି ଯେ କେହି ଏହି ଆକାଉଣ୍ଟକୁ ହ୍ୟାକ କରି ନେଇଛି ।

Leave A Reply

Your email address will not be published.