Latest Odisha News

BREAKING NEWS

ଆପଣ ଜାଣନ୍ତି କି ଚାଇନା ପରେ ଭାରତରେ ରହିଛି ଦ୍ଵିତୀୟ ଦୀର୍ଘତମ ୱାଲ !

ଭୁବନେଶ୍ୱର: ‘ଦ ଗ୍ରେଟ ୱାଲ ଅଫ ଚାଇନା’ । ପ୍ରାୟତଃ ଆମେ ସମସ୍ତେ ଏହି ନାଁ ଟି ଶୁଣିଥିବା। ଚାଇନା ସ୍ଥିତ ଏହି ଗ୍ରେଟ ୱାଲ କୁ ବିଶ୍ୱର ଦୀର୍ଘତମ ୱାଲ ବା କାନ୍ଥ ବୋଲି କୁହାଯାଏ। ତେବେ ମନକୁ ଆସେ ବିଶ୍ୱର ୨ୟ ଦୀର୍ଘତମ ୱାଲ କେଉଁଠାରେ ରହିଛି? ତେବେ ଏହାର ଉତ୍ତର ହେଉଛି ଭାରତ।

ଆଜ୍ଞା ହଁ । ଚାଇନା ପରେ ଦୀର୍ଘତମ ୱାଲ ଭାରତରେ ହିଁ ଅଛି । ଅନେକ ଭାରତୀୟଙ୍କୁ ମଧ୍ୟ ଏହା ଅଜଣା ଅଛି।  ଏହି ଦୀର୍ଘତମ ୱାଲ ମେୱାରର କୁମ୍ଭଲଗଡ଼ ଦୁର୍ଗ ବା କାନ୍ଥ । ଏହା ହେଉଛି ଦୁନିଆର ଦ୍ୱିତୀୟ ଦୀର୍ଘତମ ଲମ୍ବା କାନ୍ଥ।

ଏହି ଦୁର୍ଗ ବା ୱାଲକୁ ମହାନ ଯୋଦ୍ଧା ମହାରଣା କୁମ୍ଭା ଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏବଂ ଏହାକୁ ନିର୍ମାଣ କରିବାକୁ ଲାଗିଥିଲା ଦୀର୍ଘ ୧୫ ବର୍ଷ (୧୪୪୩-୧୪୫୮) ସମୟ। ଏହି କାନ୍ଥଟି ୩୬ କିଲୋମିଟର ଲମ୍ବ ଏବଂ ୧୫ ଫୁଟ ପ୍ରସ୍ଥ । ଏହା ଉପରେ ଏକାସାଙ୍ଗରେ ଦଶଟି ଘୋଡା ଦୌଡ଼ି ପାରିବେ ।

Comments are closed.