Latest Odisha News

BREAKING NEWS

ଖୋର୍ଦ୍ଧାରେ ସାଙ୍ଘାତିକ ହେଉଛି କରୋନା ସ୍ଥିତି; ପ୍ରତିଦିନ ଚିହ୍ନଟ ହେଉଛନ୍ତି ୫୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଭୁବନେଶ୍ୱର: ଶନିବାର ଦିନ ଓଡିଶାରେ ୩୫୪୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦିନିକିଆ ସ୍ପାଇକ୍ ୮୭୮ ଜଣ ପଜିଟିଭ ରେକର୍ଡ ହୋଇଛନ୍ତି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦,୬୧୮ ସଂକ୍ରମିତ ଛୁଇଁଛି।ବର୍ତ୍ତମାନ ଏଠାରେ ୭୬୧୬ ଟି ସକ୍ରିୟ ମାମଲା ରହିଛି।

ଜିଲ୍ଲାରେ କୋଭିଡ ସଂକ୍ରମଣରୁ ୧୩,୬୬୯ ଜଣ ସୁସ୍ଥ ହୋଇଥିବାବେଳେ ୭୪ ଜଣ ପ୍ରାଣ ହରାଇଲେଣି । ଗତ ୧୫ ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଶନିବାର ଦିନ ରେକର୍ଡ ସଂଖ୍ୟା ୮୭୮ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଅଗଷ୍ଟ ୨୬ ପରଠାରୁ ଜିଲ୍ଲାରେ ଦୈନିକ ୫୦୦ ରୁ ଅଧିକ ମାମଲା ରିପୋର୍ଟ ହେଉଛି ।

ଅଗଷ୍ଟ ୨୬ ରେ ୫୪୭ , ଅଗଷ୍ଟ ୨୭ ରେ ୫୮୭ , ଅଗଷ୍ଟ ୨୮ ରେ ୭୭୫, ଅଗଷ୍ଟ ୨୯ ରେ ୭୬୨, ଅଗଷ୍ଟ ୩୦ ରେ ୬୮୪, ଅଗଷ୍ଟ ୩୧ ରେ ୬୧୬, ସେପ୍ଟେମ୍ବର ୧ ରେ ୬୬୬, ସେପ୍ଟେମ୍ବର ୨ ରେ ୭୩୧ ସେପ୍ଟେମ୍ବର ୩ ରେ ୭୨୨, ସେପ୍ଟେମ୍ବର ୪ ରର ୮୫୯, ସେପ୍ଟେମ୍ବର ରେ ୮୭୮ ପଜିଟିଭ ମାମଲା ରେକର୍ଡ ହୋଇଛି ।

ସଂକ୍ରମଣରେ ଗଞ୍ଜାମକୁ ମଧ୍ୟ ଟପିଯାଇଛି ଖୋର୍ଦ୍ଧା । ଗଞ୍ଜାମରେ ମୋଟ କରୋନା ମାମଲା ୧୮୫୪୪ ରହିଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ରହିଛି ୨୦,୬୧୮।

ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦,୬୬୩ ନମୁନା ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦,୪୮,୦୦୮ ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.