ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିଲା। ଅଭିନେତ୍ରୀଙ୍କୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା, ପ୍ରଥମ ଏନସିବି ଦଳ ସହିତ ଯିବା ଏବଂ ଦ୍ୱିତୀୟରେ ପଚରାଉଚରା ପାଇଁ ନିଜେ ଯିବା । ତେବେ ରିୟା ଦ୍ୱିତୀୟ ବିକଳ୍ପଟିକୁ ବାଛିଥିବା ଜବପିଡ଼ିଛି ।
ସେ ନିଜେ ଏନସିବି କାର୍ଯ୍ୟାଳୟରେ ଦିନ ୧୧ ଟା ମଧ୍ୟରେ ପହଞ୍ଚିଥିବା ଜଣାପଡ଼ିଛି । ତାଙ୍କ ଭାଇ ସୋଭିକ ସେପ୍ଟେମ୍ବର ପର୍ଯ୍ୟନ୍ତ ଏନସିବି କଷ୍ଟଡିରେ ରହିବେ।
ଏନସିବିର ପଚରାଉଚରା ପୂର୍ବରୁ ସୁରକ୍ଷା ଯୋଗାଇବା ପାଇଁ ମୁମ୍ବାଇ ପୋଲିସର ଦୁଇଟି ଟିମ୍ ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଥିଲେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍ ସହିତ ଯିବାକୁ ମନା କରିବାରୁ ଏହି ଅଭିନେତ୍ରୀ ନିଜେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବା ନେଇ ସୂଚନା ମିଳିଛି। ତାଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ରିୟା ମୁମ୍ବାଇ ପୋଲିସଠାରୁ ସୁରକ୍ଷା ମାଗିଛନ୍ତି। ଡ୍ରଗ୍ସ କାରବାର ସହ ସମ୍ପୃକ୍ତି ନେଇ ଏନସିବି ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବ।
Comments are closed.