Latest Odisha News

BREAKING NEWS

ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଉଦ୍‌ଯାପିତ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ-୨୦୨୩ ଆଜି ଉଦ୍‌ଯାପିତ ହୋଇଯାଇଛି ।

ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ଭାରତର ବିଭିନ୍ନ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ଝାରଖଣ୍ଡ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ସମେତ ଓଡ଼ିଶାରୁ ଜନଜାତି କଳାବସ୍ତୁ କାରିଗରମାନେ ସେମାନଙ୍କ ପାରମ୍ପରିକ କଳାବସ୍ତୁ ପ୍ରଦର୍ଶନ କରି ବିକ୍ରି କରିଥିଲେ । ଏହି ଜନଜାତି କଳାବସ୍ତୁ ପ୍ରଦର୍ଶନୀ ସାଂସ୍କୃତିକ ସହାବସ୍ଥାନର ବାର୍ତ୍ତା ଦେଇଥିଲା ।

ଉଦ୍‌ଯାପନୀ ସନ୍ଧ୍ୟାରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ପ୍ରାୟୋଜିତ ଦୁରୁଆମାନଙ୍କ ବିର୍‌ଲି, ଓମାନାତ୍ୟମାନଙ୍କ ଡାଣ୍ଡା ହୁଲିଆ, ପରଜାମାନଙ୍କର ରିଞ୍ଜୋଡ଼ି ତଥା ଗଦବାମାନଙ୍କର ଢେମ୍‌ସା ନାଚ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଛଅଗୋଟି ନୃତ୍ୟଦଳ ଏବଂ କଳାବସ୍ତୁ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଓଡ଼ିଶା ତଥା ଅନ୍ୟ ରାଜ୍ୟର ସମସ୍ତ କାରିଗରଙ୍କୁ ସାର୍ଟିଫିକେଟ୍‌ ଓ ମେମେଣ୍ଟୋ ପ୍ରଦାନ କରିଥିଲେ ଏବଂ ଆନୁଷ୍ଠାନିକ ଭାବେ ପ୍ରଦର୍ଶନୀ ଓ ନୃତ୍ୟ ଉତ୍ସବ ଉଦ୍‌ଯାପିତ ହୋଇଥିବା ଘୋଷଣା କରିବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.