Latest Odisha News

BREAKING NEWS

ଏଣିକି ଆକାଶରେ ଉଡ଼ିବ କାର, ସରକାର ଦେଲେ ଅନୁମତି

ୱାସିଂଟନ: ଆପଣମାନେ ନିତିଦିନ ରାସ୍ତାରେ ଯିବାଆସିବା ସମୟରେ ଅନେକ ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେଉଥିବେ । ବେଳେ ବେଳେ ଏହି ଟ୍ରାଫିକ ସମସ୍ୟା କାରଣରୁ ମନରେ ଅନେକ ବିରକ୍ତି ଭାବ ପ୍ରକାଶ ମଧ୍ୟ ପାଇଥାଏ । ପାଖ ରାସ୍ତା ହେଉ କିମ୍ବା ଲଙ୍ଗ୍ ଡ଼୍ରାଇଭରେ ହେଉ, ଟ୍ରାଫିକ ସମସ୍ୟା ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ଭାବରେ ଛିଡ଼ା ହେଲାଣି । ଯଦି ଆପଣ ମାନଙ୍କ ପାଖରେ ଏପରି ଏକ ଯାନ ଥିବ ଯାହାଦ୍ୱାରା ଆପଣ ବିନା କୌଣସି ସମସ୍ୟାରେ ନିଜର ଗନ୍ତବ୍ୟ ସ୍ଥଳରେ ଅତି ସହଜରେ ପହଞ୍ଚି ପାରୁଥିବେ ତେବେ କିପରି ହେବ ।

ଏବେ କିନ୍ତୁ ଆପଣଙ୍କୁ ଆଉ ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବନି । କାରଣ ଏବେ ବଜାରକୁ ଆସିବାକୁ ଯାଉଛି  ଫ୍ଲାଇଙ୍ଗ କାର । ଦୁନିଆର ପ୍ରଥମ ଫ୍ଲାଇଙ୍ଗ କାର ଆଲେଫ ମଡେଲ ଏ କୁ ଆକାଶରେ ଉଡ଼ିବା ନେଇ ଅନୁମତି ଦେଇଛନ୍ତି ଆମେରିକା ସରକାର। ଯଦିଓ ଅନେକ କମ୍ପାନୀ ଫ୍ଲାଇଙ୍ଗ୍ କାର ତିଆରି କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମେରିକା ସରକାରଙ୍କଠାରୁ ଏଭଳି ଅନୁମତି ପାଇଥିବା ଆଲେଫ୍ ମଡେଲ୍ ଏ ହେଉଛି ପ୍ରଥମ ଫ୍ଲାଇଙ୍ଗ୍ କାର୍ ।

ଏହା ଏକ ଇଲେକ୍ଟ୍ରିକ ଫ୍ଲାଇଙ୍ଗ୍ କାର୍, ଯାହା ଉଭୟ ସଡ଼କ ପଥ ଓ ଆକାଶ ପଥରେ ଯାତ୍ରା କରିପାରିବ | ଏହି ଫ୍ଲାଇଙ୍ଗ କାରକୁ ସେଲିବ୍ରିଟି ଡିଜାଇନର ହିରାଶ ରାଜାଗି ଡିଜାଇନ କରିଛନ୍ତି। ସେ ଏହା ପୁର୍ବରୁ ବୁଗାଟୀ ଏବଂ ଜାଗୁଆର କାର ଡ଼ିଜାଇନିଂ କରିଥିଲେ । ଏହାର ଡିଜାଇନ ରେଟ୍ରୋ-ଫ୍ୟୁଚରିସ୍ଟିକ୍ ଥିମ୍ ଉପରେ ଆଧାରିତ | ଏହା ସମ୍ପୁର୍ଣ୍ଣ କାର୍ବନ ଫାଇବରେ ତିଆରି | ଏହା ଆଠଟି ମୋଟର ଦ୍ୱାରା ଚାଳିତ ।

ଆଲେଫ ମଡେଲ ଏ ଫ୍ଲାଇଙ୍ଗ କାର ସମ୍ପୂର୍ଣ୍ଣ ଚାର୍ଜରେ ୩୨୧.୮ କିଲୋମିଟର ଚାଲିବ ଏବଂ ୧୭୭ କିଲୋମିଟର ଉଡ଼ିବ | ଏହା ହାଇଡ୍ରୋଜେନ୍ ସଂସ୍କରଣ ମଧ୍ୟ ଲକ୍ କରିପାରେ | ଏହି କାରର ମୂଲ୍ୟ ହେଉଛି ୨୯୯.୯୯୯ ଡ଼ଲାର (ପ୍ରାୟ ୨.୪୬ କୋଟି) । ଏହାର ଉତ୍ପାଦନ ୨୦୨୫ ଶେଷ ସୁଦ୍ଧା ଆରମ୍ଭ ହେବ ଏବଂ ଏହା ପରେ ବିତରଣ ଆରମ୍ଭ ହେବ ବୋଲି ଆଲେଫ ଲକ୍ଷ୍ୟ ରଖିଛି ।

 

 

Comments are closed.