Latest Odisha News

BREAKING NEWS

ଭିଏତନାମରେ ଖୋଲିଲା ପ୍ରଥମ ସୁନାର ଛାଉଣୀ ହୋଟେଲ

ହାନୋଇ: ଭିଏତନାମର ହାନୋଇରେ ବିଶ୍ୱର ପ୍ରଥମ ସୁନାର ଛାଉଣୀ ହୋଟେଲ ଖୋଲିଛି । ୨୪ କ୍ୟାରେଟ ସୁନାରେ ନିର୍ମିତ ଏହି ହୋଟେଲ ପାଇଁ ୧୬୦ ମିଲିୟନ ପାଉଣ୍ଡ ଖର୍ଚ୍ଚ ହୋଇଛି । ଏହାର ନାମ ଡୋଲସେ ହାନୋଇ ଗୋଲ୍ଡେନ ଲେକ୍ ହୋଟେଲ । ଖାଦ୍ୟ ଟେବୁଲଠାରୁ ଆରମ୍ଭ କରି ଛାତ ଉପରେ ନିର୍ମିତ ସୁଇମିଂ ପୁଲରେ ସୁନାର ବ୍ୟବହାର କରାଯାଇଛି । ସୁନାର କପ୍‌, ୱାଶର, ଟଏଲେଟ କଭର ସବୁ କିଛି ସୁନାରେ ତିଆରି ହୋଇଛି ବୋଲି ଫାଇଭ ଷ୍ଟାର ହୋଟେଲ ଗ୍ରୁପ ଚେନ୍ ହୋ ବିନହର ଚେୟାରମ୍ୟାନ ହୁ ଡୋଙ୍ଗ କହିଛନ୍ତି । ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଏହାର ମାଲିକ ଦୃଢ଼ ଆଶ ପୋଷଣ କରିଛନ୍ତି । ଏଠାରେ ରହିବା ପାଇଁ ଗୋଟିଏ ରାତି ପିଛା ୨୫୦ ଡଲାର ଦେବାକୁ ପଡିବ ।

ହୋଟେଲର ବାହାର କାନ୍ଥ ଏବଂ କଳାକୃତି ପାଇଁ ସୁନାର ଛାଉଣୀ କରାଯାଇଛି । କରୋନ ଭାଇରସ ଲକଡାଉନ ସତ୍ୱେ ଆମେ ହୋଟେଲ ନିର୍ମାଣ ସମ୍ପୂର୍ଣ୍ଣ କରିପାରିଛୁ ବୋଲି ଡୁଙ୍ଗ କହିଛନ୍ତି । ଆସନ୍ତା ବର୍ଷଠାରୁ ଆମ୍ଭର ଆୟ ଆରମ୍ଭ ହୋଇଯିବ । ବାହାର ମାର୍କେଟରୁ ସୁନା ଆଣିବା ପରିବର୍ତେ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଏହା କ୍ରୟ କରିବା ଯୋଗୁ ବଜେଟ ଆମ ନିୟନ୍ତ୍ରଣରେ ରହିଥିଲା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.