Latest Odisha News

BREAKING NEWS

୧୫ ହଜାର ଫୁଟ ଉପରେ ମତଦାନ କେନ୍ଦ୍ର

ମତଦାନ କେନ୍ଦ୍ର ପୁଣି ଏତେ ଉପରେ ! ମାନେ  ୧୫ ହଜାର ଫୁଟ ଉପରେ ମତଦାନ କେନ୍ଦ୍ର !  ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ,  ଏତେ ଉଚ୍ଚତାକୁ ଯାଇ କିଏ ଦେଉଥିବ ଭୋଟ ?   କେତେ ଭୋଟର ମତ ସାବ୍ୟସ୍ତ କରୁଥିବେ ଏଇ କେନ୍ଦ୍ରରେ ?

ଦେଶର ସବୁଠାରୁ ଉଚ୍ଚ ମତଦାନ କେନ୍ଦ୍ର  ରହିଛି ହିମାଚଳ ପ୍ରଦେଶର ତାଶିଗଙ୍ଗଠାରେ । ୧୫ ହଜାର ୨୫୬ ଫୁଟ ଉଚ୍ଚତାରେ ରହିଛି ଏହି ମତଦାନ କେନ୍ଦ୍ର । ଏଠାରେ  ୫୨ ଜଣ ମତାଦାତା ସେମାନଙ୍କର ମତ ସାବ୍ୟସ୍ତ କରିବାର ସମ୍ଭାବନା ରହିଛି । ବିଶେଷ କରି ବରିଷ୍ଠ ନାଗରିକ ଏବଂ ବିକଳାଙ୍ଗ ମତଦାତାଙ୍କ ସୁବିଧା ପାଇଁ ଏହି ମତଦାନ କେନ୍ଦ୍ର ଖୋଲାଯାଇଛି ।

ଏଠି କହିରଖିବୁ, ଆରମ୍ଭ ହୋଇଛି ହିମାଚଳ ପ୍ରଦେଶ ବିଧାନସଭା ନିବାର୍ଚନ । ୫୫ ଲକ୍ଷରୁ ଅଧିକ ମତଦାତା ନିର୍ବିଘ୍ନରେ ଯେପରି ମତାଦାନ କରିପାରିବେ ସେଥିପ୍ରତି ସବୁପ୍ରକାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୩ଟି ଅସ୍ଥାୟୀ ମତଦାନ କେନ୍ଦ୍ର ସମେତ ମୋଟ ୭୮୮୪ଟି ମତଦାନ କେନ୍ଦ୍ର ଖୋଲା ଯାଇଛି । ଏହି ୩ ଅସ୍ଥାୟୀ ମତଦାନ କେନ୍ଦ୍ର ମଧ୍ୟରୁ  ତାଶିଗଙ୍ଗରେ ଥିବା ଏହି ମତଦାନ କେନ୍ଦ୍ର ଗୋଟିଏ ।

ବରଫାବୃତ୍ତ ଏହି ଅଞ୍ଚଳକୁ ନିର୍ବାଚନ ଅଧିକାରୀମାନେ ପାଦରେ ଚାଲି ଚାଲି ଯାଇଛନ୍ତି । ନର୍ବାଚନ ଅଧିକାରୀମାନଙ୍କୁ ପାଦରେ ଚାଲି ଚାଲି ଯାଉଥିବା ଦେଖି ଦୂରଦୂରାନ୍ତର ଲୋକମାନେ ବି ଉତ୍ସାହିତ ହୋଇ ଭୋଟ ଦେବାକୁ ଆସିଥାନ୍ତି ।

Leave A Reply

Your email address will not be published.