Latest Odisha News

BREAKING NEWS

ଦୁବାଇରୁ ଶାହାରୁଖ ଆଣିଥିଲେ ଲକ୍ଷ ଲକ୍ଷ ଟଙ୍କାର ଘଡି, ପେନାଲ୍ଟି ଦେଲେ ୭ ଲକ୍ଷ

ମୁମ୍ବାଇ: ଦୁବାଇରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ଘଡି ଆଣି ଅଡୁଆରେ ପଡିଛନ୍ତି ବଲିଉଡ ହୀରୋ ଶାହାରୁଖ ଖାଁ । ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ପକ୍ଷରୁ ତାଙ୍କୁ ଅଟକ ରଖାଯାଇ ତଲାସି ନିଆଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଶାହାରୁଖଙ୍କ ନିକଟରୁ ବଡ ବଡ କମ୍ପାନୀର ଘଡି ମିଳିଥିଲା । କଷ୍ଟମ ବିଭାଗ ଘଡିର ଭାଲ୍ୟୁଶନ କରିବା ପରେ ୧୭ ଲକ୍ଷ ୫୬ ହଜାର ୫୦୦ ଟଙ୍କାର କଷ୍ଟମ ଡ୍ୟୁଟି ଲଗାଇଥିଲା । ପାଖାପାଖି ୧ ଘଂଟା ଅଟକ ରଖିବା ପରେ ଶାହାରୁଖ ଏବଂ ତାଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କୁ ଛାଡି ଦିଆ ଯାଇଥିଲା । ସେମାନଙକ ଟିମର ଅନ୍ୟ ସଦସ୍ୟଙ୍କ ନିକଟରୁ ୬ ଲକ୍ଷ ୮୭ ହଜାର କଷ୍ଟମ ଡ୍ୟୁଟି ଲଗା ଯାଇଥିଲା ।

୧୧ ନଭେମ୍ବରରେ ଶାରାଜାହ ଇଂଟର ନ୍ୟାଶନାଲ ବୁକ ଫେୟାରରେ ଯୋଗ ଦେବା ପାଇଁ ଶାହାରୁଖ ଯାଇଥିଲେ । ସେଠାରେ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । ପୂର୍ବରୁ ୨୦୧୧, ୨୦୦୯, ୨୦୧୨, ୨୦୧୬ରେ ଶାହାରୁଖଙ୍କୁ ଯଥାକ୍ରମେ ମୁମ୍ବାଇ, ନ୍ୟୁୟର୍କ, ନ୍ୟୁ ଜର୍ସି ଓ ଲସ ଏଞ୍ଜେଲ୍ସରେ ଅଟକ ରଖା ଯାଇଥିଲା । କେଉଁଠାରେ ଏତେ ମାତ୍ରାରେ ଦାମୀ ଘଡି ତାଙ୍କ ପାଖକୁ ଆସିଲା ସେ ନେଇ ଶାହାରୁଖ କିଛି କହି ନାହାନ୍ତି ।

Leave A Reply

Your email address will not be published.