Latest Odisha News

BREAKING NEWS

ଫ୍ରାନ୍ସରେ ନିର୍ମିତ ହେଉଛି କୃତ୍ରିମ ସୂର୍ଯ୍ୟ, ଭାରତ ସମେତ ୩୫ ଦେଶର ବୈଜ୍ଞାନିକଙ୍କ ଗବେଷଣା ଜାରୀ

ସେଂଟ ପଲ ଲେଜ ଡ୍ୟୁରେସ: ଫ୍ରାନ୍ସର ଦକ୍ଷିଣାଂଚଳରେ ବୈଜ୍ଞାନିକମାନେ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବାରେ ଲାଗିଛନ୍ତି । ଭାରତ ସମେତ ୩୫ ଦେଶର ବୈଜ୍ଞାନିକମାନେ ଦିନ ରାତି ଏଥିନେଇ ଉଦ୍ୟମ ଜାରୀ ରଖିଛନ୍ତି । ଏହି କୃତ୍ରିମ ସୂର୍ଯ୍ୟ ନିର୍ମାଣ ହେଲା ପରେ ମାନବ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ । ଏହା ଦ୍ୱାରା ଆବଶ୍ୟକ ମୁତାବକ ଶକ୍ତି ସୃଷ୍ଟି ହେବ ଏବଂ ଜଳବାୟୁ ସଙ୍କଟ ସମସ୍ୟା ମଧ୍ୟ ଦୂର ହେବ ବୋଲି ଆଶା କରାଯାଉଛି । ଏକ ଗ୍ରାମ ପରମାଣୁ ଇନ୍ଧନରୁ ୮ ଟନ ତୈଳ ସମକକ୍ଷ ଶକ୍ତି ମିଳିବ । ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା ଯୋଗୁ ସୂର୍ଯ୍ୟ ଏବଂ ମହାକାଶରେ କେତେକ ଗ୍ରହରେ ଅସୀମିତ ଶକ୍ତି ଲୁଚି ରହିଛି ।

ତେବେ ଏହି ପ୍ରକ୍ରିୟା ପୃଥିବୀ ପୃଷ୍ଠରେ ପ୍ରସ୍ତୁତ କରିବା ଏତେଟା ସହଜ ନୁହେଁ । ରେଡିଓ ଆକ୍ଟିଭ ବିପଦରୁ ମଧ୍ୟ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ୧୯୮୫ରେ ପ୍ରଥମେ ଫ୍ରାନ୍ସ ଏହି କୌଶଳ ସମ୍ପର୍କରେ ଦୁନିଆକୁ ଜଣାଇଥିଲା । ପରେ ଭାରତ, ଜାପାନ, କୋରିଆ, ୟୁରୋପିୟନ ୟୁନିୟନ ଓ ଆମେରିକା ଏହାକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

Leave A Reply

Your email address will not be published.