Latest Odisha News

BREAKING NEWS

ସମ୍ବଲପୁରରୁ ଗାଡ଼ି ଚୋରି କରି ଉପକୂଳ ଜିଲ୍ଲାରେ କରୁଥିଲେ ଲୁଟ୍

ଭୁବନେଶ୍ବର: ଚୋରି ଗାଡ଼ିରେ ଲୁଟ୍ । ଟାର୍ଗେଟରେ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପୋଲିସ ହାତରେ ୩ ଜଣ ଆନ୍ତଃଜିଲ୍ଲା ଲୁଟେରା ଧରା ପଡ଼ିଛନ୍ତି । ଏମାନେ ସମ୍ବଲପୁରରୁ ବାଇକ୍ ଚୋରି କରି ଉପକୂଳ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ । କେତେବେଳେ ଜାତୀୟ ରାଜପଥ ତ ଆଉ କେବେ ନିଚ୍ଛାଟିଆ ସ୍ଥାନ ଦେଖି ରାସ୍ତାରେ ଯାଉଥିବା ଲୋକଙ୍କୁ ଲୁଟୁଥିଲେ ।

ପୁରୀ, ଖୋର୍ଦ୍ଧା ଜିଲ୍ଲା ସହ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଲୁଟ୍ ମାମଲାରେ ସମ୍ପୃକ୍ତ ଏମାନେ । ମୁଖ୍ୟତଃ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀରୁ ଖୋର୍ଦ୍ଧା ରାସ୍ତାରେ ଏମାନେ ସିରିଜ୍ ଲୁଟ୍ କରୁଥିଲେ । ପୋଲିସ ଗିରଫ ୩ ଅଭିଯୁକ୍ତଙ୍କ ଠାରୁ ୪୬ଟି ମୋବାଇଲ ଫୋନ୍ ଜବତ କରିବା ସହ ୨ଟି ଚୋରା ବାଇକ ଓ ଗୋଟିଏ ଲାପଟପ୍ ଜବତ କରିଛି ପୋଲିସ ।

ଚୋରା ବାଇକରୁ ନମ୍ବର ପ୍ଲେଟ୍ ହଟାଇ ଏମାନେ ଲୁଟ୍ କରୁଥିଲେ । ଫଳରେ ସହଜରେ ଧରିପାରୁ ନଥିଲା ପୋଲିସ । ବିଭିନ୍ନ ସମୟରେ ପୋଲିସକୁ ଚକମା ଦେଇ ଖସି ଯାଉଥିଲେ ଅଭିଯୁକ୍ତ । ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ୫ଟି ମାମଲା ଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି  ।

Leave A Reply

Your email address will not be published.