Latest Odisha News

BREAKING NEWS

ତିଆରି ହେଲା ବିଶ୍ୱର ଦୀର୍ଘତମ ରାଜପଥ ଟନେଲ, ଜାଣନ୍ତୁ କ’ଣ ରହିଛି ବିଶେଷତା

ମନାଲି (ହିମାଚଳ ପ୍ରଦେଶ): ତିଆରି ହେଲା ବିଶ୍ୱର ଦୀର୍ଘତମ ରାଜପଥ ଟନେଲ, ‘ଅଟଳ ଟନେଲ’ । ସମୁଦ୍ର ପୃଷ୍ଠରୁ ପ୍ରାୟ ୧୦୦୦୦ ଫୁଟରୁ ଅଧିକ ଉଚ୍ଚରେ ଏହାକୁ ତିଆରି କରାଯାଇଛି । ବିଶ୍ୱର ଦୀର୍ଘତମ ରାଜପଥ ଟନେଲଭାବେ ଏହା ମନାଲିକୁ ଲେହ ସହିତ ସଂଯୋଗ କରିବ ।

ଏହି ଟନେଲର କାର୍ଯ୍ୟ ଶେଷ ହେବାର ଆନୁମାନିକ ଅବଧି ୬ବର୍ଷରୁ କମ୍ ଥିଲା କିନ୍ତୁ ଏହା ୧୦ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟ ଇଞ୍ଜିନିୟର କେ.ପି. ପୁରୁଷୋତ୍ତମ କହିଛନ୍ତି ।

ଟନେଲର ପ୍ରତି ୬୦ ମିଟରରେ ସିସିଟିଭି କ୍ୟାମେରା ଏବଂ ଟନେଲ ଭିତରେ ପ୍ରତି ୫୦୦ ମିଟରରେ ଜରୁରୀକାଳୀନ ପ୍ରସ୍ଥାନ ପାଇଁ ଏଥିରେ ବ୍ୟବସ୍ଥା ଅଛି। ଏହି ଟନେଲ ମନାଲି ଏବଂ ଲେହର ଦୂରତାକୁ ୪୬ କିଲୋମିଟର ହ୍ରାସ କରିବ ଏବଂ ଚାରି ଘଣ୍ଟା ସଞ୍ଚୟ ହୋଇପାରିବ ବୋଲି ଜଣାପଡିଛି ।

ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଟନେଲ ଭିତରେ ଫାୟାର ହାଇଡ୍ରାଣ୍ଟ ମଧ୍ୟ ଲଗାଯାଇଛି । ଅଟଳ ଟନେଲର ମୋଟେଇ ୧୦.୫ ମିଟର ରହିଥିବା ବେଳେ ଉଭୟ ପାର୍ଶ୍ୱରେ ୧ ମିଟର ଫୁଟପାଥ୍ ଛଡ଼ାଯାଇଛି ।

Leave A Reply

Your email address will not be published.