Latest Odisha News

BREAKING NEWS

୮ ଦିନର ଯାଆଁଳା ଶିଶୁକୁ କରୋନା

ଭୁବନେଶ୍ୱର: ରାଜ୍ୟ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ମହାମାର ଦିନ ଦିନ ବେଶ୍ ଭୟାବହ ହେବାରେ ଲାଗିଛି । ଏବେ ଏହି ମହାମାରୀ କବଳରେ ପଡିଛନ୍ତି ୮ ଦିନ ଯାଆଁଳା ଶିଶୁ । ଦୁଇ ଯମଜ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ କିମ୍ସ କୋଭିଡ ହସପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି ।

ଯମଜ ଶିଶୁଙ୍କ ପରିବାର ଝାରସୁଗୁଡାର । ସେଠାରେ ପ୍ରଥମେ ମାଆଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ଗତ ୭ ତାରିଖରେ ମାଆଙ୍କୁ ସମ୍ବଲପୁର ଅଣାଯାଇଥିଲା । ସେଠାରେ କରୋନା ଟେଷ୍ଟ ବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା । ମାଆ ପଜିଟିଭି ଥିବାରୁ ଏବଂ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ୭ ମାସରେ ହିଁ ଡେଲିଭରି କରାଯାଇଥିଲା ଏବଂ ଯାଆଁଳା ଶିଶୁ ଜନ୍ମ ନେଇଥିଲେ । ଏହାର ଦୁଇ ଦିନ ପରେ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା । କରୋନା ପରୀକ୍ଷା ପରେ ଉଭୟ ଶିଶୁ ମଧ୍ୟ କୋଭିଡରେ  ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଗତକାଲି ଉଭୟ ଶିଶୁଙ୍କୁ କିମ୍ସ କୋଭିଡ୍ ହସପିଟାଲରେ ଭର୍ତି କରାଯାଇଛି ।

Leave A Reply

Your email address will not be published.