Latest Odisha News

BREAKING NEWS

ସ୍ୱଚ୍ଛ ପୁରୀ ପ୍ରୟାସ, ଆରମ୍ଭ ହେଲା ‘ଲୋଗୋ ଓ ଟ୍ୟାଗ୍ ଲାଇନ’ ପ୍ରତିଯୋଗିତା

ପୁରୀ: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ରୂପେ ଗଢ଼ିବା ପାଇଁ ‘ସ୍ୱଚ୍ଛ ପୁରୀ ପ୍ରୟାସ’ ଜରିଆରେ ଲୋଗୋ ଓ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । ଜନସାଧାରଣ ଙ୍କ ଯୋଗଦାନ ଏବଂ ଏ ସମ୍ବନ୍ଧ ରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ପୁରୀ ପୌରପାଳିକା ପ୍ରତିଯୋଗିତା ଆୟୋଜନ କରିଛି ।

ଇଚ୍ଛୁକ ପ୍ରତିଯୋଗୀ ଆଜିଠାରୁ ହିଁ ଏଥିରେ ଅଂଶଗ୍ରହଣ କରିପାରିବେ । ନାମଙ୍କନ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୨୫ ରଖାଯାଇଛି । ଏଥିରେ ଅଂଶ ଗ୍ରହଣ ପାଇଁ କୌଣସି ବୟସ ସୀମା କିମ୍ବା ପ୍ରବେଶ ଶୁଳ୍କ ରଖା ଯାଇନାହିଁ । ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ରବେଶିକା ଦାଖଲ କରିପାରିବେ । ପ୍ରତିଯୋଗୀ ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ଟ୍ୟାଗ ଲାଇନ ଲେଖିପାରିବେ ।

ବିଜେତାଙ୍କୁ ଟ ୧୦,୦୦୦ ଙ୍କା ନଗଦ ପୁରସ୍କାର ଦିଆଯିବ । ଏତଦବ୍ୟତୀତ ପ୍ରତ୍ୟକ ୱାର୍ଡର ୧୦ ଜଣ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ୫୦୦ଙ୍କା ଲେଖାଏଁ ଦିଆଯିବ । ଏହି ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ ହେବ । ପ୍ରତିଯୋଗୀମାନେ ନିଜ ସ୍ମାର୍ଟଫୋନରେ https://bit.ly/3khHj8F ଲିଙ୍କକୁ ଯାଇ ନିଜ ନାମ ପଂଜିକୃତ କରିପାରିବେ ।

Leave A Reply

Your email address will not be published.