Latest Odisha News

BREAKING NEWS

ଦୁନିଆର ସବୁଠୁ ଲମ୍ବା ନାକଧାରୀ ବ୍ୟକ୍ତି : ଲଣ୍ଡନରେ ନିର୍ମିତ ହୋଇଛି ତାଙ୍କ ପ୍ରତିମୂର୍ତ୍ତି

ଲଣ୍ଡନ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କ ଚେହେରା ବିଷୟରେ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବା । ଆପଣ ଲମ୍ବା ପୁରୁଷ, ଦୀର୍ଘତମ ମହିଳା ଏବଂ ଦୀର୍ଘତମ ପରିବାର ବିଷୟରେ ଶୁଣିଥିବେ ନିଶ୍ଚୟ । ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ନାକ ଦୁନିଆର ସବୁଠୁ ଲମ୍ବା ନାକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୩୦୦ ବର୍ଷ ପର୍ଯ୍ୟନ୍ତ କେହି ତାଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ଲମ୍ବା ନାକ ଯୋଗୁ ତାଙ୍କ ନାମ ଗିନିଜ୍ ବୁକ୍ ଅଫ ୱାର୍ଲଡ଼ରେ ମଧ୍ୟ ସାମିଲ ହୋଇଛି । ଏହି ବ୍ୟକ୍ତି ଏତେ ଲୋକପ୍ରିୟ ଯେ ଲଣ୍ଡନର ଏକ ସଂଗ୍ରହାଳୟରେ ତାଙ୍କର ମହମ ପ୍ରତିମୂର୍ତ୍ତି ତିଆରି କରାଯାଇଛି ।

ଏହି ବ୍ୟକ୍ତି ଜଣକ ହେଲେ ଥୋମାସ୍ ୱେଡହାଉସ୍ । ସେ ସର୍କସ ରେ କାମ କରନ୍ତି । ୱେଡହାଉସଙ୍କ ନାକ ହେଉଛି ଦୁନିଆର ସବୁଠାରୁ ଲମ୍ବା ନାକ, ଯାହାର ଲମ୍ବା ୭.୫ ଇଞ୍ଚ । ଗିନିଜ ୱାର୍ଲ୍ଡ ରେକର୍ଡର ୱେବସାଇଟରେ ଏହି ବ୍ୟକ୍ତିଙ୍କ ବିଷୟରେ ଅନେକ ସୂଚନା ରହିଛି । ଦେଖାଯାଇଛି ଯେ, ଥୋମାସ୍ ୱେଡହାଉସ୍ ୧୭୭୦ ଦଶକରେ ଇଂଲଣ୍ଡରେ ରହୁଥିଲେ । ଏକ ସର୍କସରେ କାମ କରୁଥିଲେ । ତାଙ୍କର ଲମ୍ବା ନାକ ପାଇଁ ସେ ଗିନିଜ୍ ୱାର୍ଡ଼ ରେକର୍ଡ଼ କରିଛନ୍ତି । ସବୁଠୁ ବଡ଼ କଥା, ତାଙ୍କର ଏକ ମହମ ପ୍ରତିମୂର୍ତ୍ତି ଲଣ୍ଡନର ଏକ ସଂଗ୍ରାହଳୟରେ ସ୍ଥାନ ପାଇଛି ।
ସେହିପରି ତୁର୍କୀର ମେହମେଟ ଓଜୁରେକଙ୍କ ମଧ୍ୟ ଲମ୍ବା ନାକ ରହିଛି । ଯାହାର ଲମ୍ବା ୩.୪୬ ଇଞ୍ଚ । ଏହି ରେକର୍ଡ ଦୁଇ ବର୍ଷ ପୂର୍ବେ ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ୱାରା ନିଶ୍ଚିତ କରାଯାଇଥିଲା । ହେଲେ ସେ ଥୋମସ୍‌ଙ୍କ ରେକର୍ଡ଼ଙ୍କୁ ଭାଙ୍ଗି ପାରି ନାହାନ୍ତି ।

Comments are closed.