Latest Odisha News

BREAKING NEWS

କର୍ଣ୍ଣାଟକର ହୁବଲ୍ଲିରେ ନିର୍ମାଣ ଚାଲିଛି ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ

କର୍ଣ୍ଣାଟକର ବାଣିଜ୍ୟିକ ରାଜଧାନୀ ତଥା ଦକ୍ଷିଣ-ପଶ୍ମିମ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ଥିବା ହୁବଲ୍ଲିରେ ହେବ ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ  । ଯଦି ଯୋଜନା ମୁତାବକ ସବୁକିଛି ଠିକ୍ ଠାକ୍ ଚାଲେ, ତାହେଲେ ବର୍ଷକ ମଧ୍ୟରେ ଦୀର୍ଘତମ ପ୍ଲାଟଫର୍ମ ତାଲିକାରେ ଏହାର ନାଁ ନିଶ୍ଚିତରୂପେ ଯୋଡ଼ି ହୋଇଯିବ  ।  ଏବେ ଜୋରସୋରରେ ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ  ।

ପ୍ରକଳ୍ପ ଅନୁଯାୟୀ ହୁବ୍ବଲ୍ଲି ଷ୍ଟେସନର ୧ ନମ୍ୱର ପ୍ଲାଟଫର୍ମର ଦୈର୍ଘ୍ୟ ୫୫୦ ମିଟରରୁ ୧୪ ଶହ ମିଟରକୁ ବୃଦ୍ଧି କରାଯିବ  । ଆଉ ଏହି ପ୍ଲାଟଫର୍ମର ପ୍ରସ୍ଥ ରହିବ ୧୦ ମିଟର  । ସେହିପରି ହୁବଲ୍ଲି ଷ୍ଟେସନରେ ମୋଟ ୫ଟି ପ୍ଲାଟଫର୍ମ ରହିଛି  । ଯାହାକି ୮ଟିକୁ ବୃଦ୍ଧି କରାଯିବାର ଯୋଜନା ରହିଥିବା କହିଛନ୍ତି ଦକ୍ଷିଣ-ପଶ୍ଚିମ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଇ. ବିଜୟା  ।

ସେହିପରି ଏହି ପ୍ରକଳ୍ପର ଏକ ଅଂଶ ବିଶେଷଭାବେ ହୁବଲ୍ଲି–ବେଙ୍ଗୁଳୁରୁ ରେଳପଥର ଦୋହରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି  । ଏହାଛଡ଼ା ଇନସ୍ପେକ୍ସନ କ୍ୟାରେଜ ଲାଇନକୁ ପୂର୍ଣ୍ଣକ୍ଷମ ପ୍ଲାଟଫର୍ମରେ ପରିଣତ କରାଯିବାକୁ ମଧ୍ୟ ଯୋଜନା ରହିଥିବା କହିଛନ୍ତି ସିପିଆରଓ  । ୨୦୧୯ ମସିହା ନଭେମ୍ୱରରୁ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷେ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି  । ଏସମସ୍ତ କାର୍ଯ୍ୟ ଲାଗି ୯୦ କୋଟି ଟଙ୍କାର ବଜେଟ୍ ରହିଛି  ।

ବର୍ତ୍ତମାନ ଗୋରଖପୁରରେ ରହିଛି ବିଶ୍ୱର ଦୀର୍ଘତମ ପ୍ଲାଟଫର୍ମ  । ଯାହାର ଲମ୍ୱ ରହିଛି ୧୩ଶହ ୬୬ ମିଟର  । ଆଉ ଖୁବ୍ ଶୀଘ୍ର ଗୋରଖପୁରକୁ ପଛରେ ପକାଇ ବିଶ୍ୱର ଦୀର୍ଘତମ ପ୍ଲାଟଫର୍ମର ମାନ୍ୟତା ହାସଲ କରିବାକୁ ଯାଉଛି ହୁବଲ୍ଲି ଜଙ୍କସନ୍  ।

Leave A Reply

Your email address will not be published.