Latest Odisha News

ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଆରମ୍ଭ, ଭୋର ୪ଟାରେ ସରିବ ପହଣ୍ଡି

ପୁରୀ: ଆରମ୍ଭ ହେଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା । ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଆଣୁଛନ୍ତି । ଭୋର ୪ଟା ସୁଦ୍ଧା ପହଣ୍ଡି ଶେଷ ହେବ । ଭୋର ସାଢେ ୪ଟାରେ ମଙ୍ଗଳ ଆରତି, ୪ଟା ୪୦ରେ ମଇଲମ ଓ ୫ଟାରେ ତଡପ ଲାଗି ହେବ ।

ସକାଳ ୬ଟାରେ ଅନୁଷ୍ଠିତ ହେବ ଅବକାଶ ନୀତି । ସାଢେ୬ଟାରେ ରୋଷ ହୋମ ହେବା ପରେ ୬ଟା ୪୫ରେ ସୂର୍ଯ୍ୟ ପୂଜା ଓ ୭ଟାରେ ଦ୍ୱାର ପାଳ ପୂଜା ଅନୁଷ୍ଠିତ ହେବ । ସକାଳ ସାଢେ ୧୦ଟାରେ ସ୍ନାନବେଦୀରେ ଗଜପତିଙ୍କ ଛେରାପହଁରା ପରେ ୧୧ଟାରୁ ୧୨ଟା ମଧ୍ୟରେ ହାତୀ ବେଶ ଅନୁଷ୍ଠିତ ହେବ । ଅପରାହ୍ନ ୪ଟାରେ ଅନବସର ନୀତି ପରେ ୫ଟା ବେଳକୁ ତିନିଠାକୁରଙ୍କ ବାହୁଡା ପହଣ୍ଡି ଆରମ୍ଭ ହେବ ।

ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିର ଓ ଏହାର ଆଖପାଖ ଅଂଚଳରେ ୧୪୪ଧାରା ଲାଗୁ ହୋଇଛି । ଭକ୍ତମାନେ ଏହାର ସିଧାପ୍ରସାରଣ କେବଳ ଦୂରଦର୍ଶନ ମାଧ୍ୟମରେ ଦେଖିପାରିବେ ।

Leave A Reply

Your email address will not be published.