ଲଣ୍ଡନ: ଇଷ୍ଟ ଇଣ୍ଡିଆ କମ୍ପାନୀ କୁଇନ ଏଲିଜାବେଥ ୨ଙ୍କ ପୂଣ୍ୟତିଥିରେ ଦି କ୍ରାଉନ କଏନ ନାମକ ଏକ ମୁଦ୍ରା ଜାରୀ କରିଛି । ଏହାକୁ ସବୁଠାରୁ ଦାମୀ ମୁଦ୍ରା ଭାବେ ବିବେଚନା କରାଯାଉଛି । ଏହାର ଆନୁମାନିକ ମୂଲ୍ୟ ୧୯୨ କୋଟି ଟଙ୍କା ହେବ । ୪ କିଲୋଗ୍ରାମ ସୁନାରେ ଏହାକୁ ନିର୍ମିତ କରାଯାଇଛି । ଏଥିରେ ୬୪୦୦ ହୀରା ମଧ୍ୟ ଖଂଜା ଯାଇଛି । ଏହା ପୂର୍ବରୁ ଡବଲ ଇଗଲ ନାମକ ମୁଦ୍ରାକୁ ସବୁଠାରୁ ଦାମୀ ମୁଦ୍ରା କୁହାଯାଉଥିଲା । ଏହାର ମୂଲ୍ୟ ୧୬୩ କୋଟି ରହିଥିଲା । ଅଗଷ୍ଟସ ସେଂଟ ଗଣ୍ଡସ ୧୯୩୩ରେ ଏହାକୁ ପ୍ରସ୍ତୁତ କରିଥିଲେ । ସ୍କାଇ ନ୍ୟୁଜ ଅନୁସାରେ ଏହି ମୁଦ୍ରା ବାସ୍କେଟବଲ ଆକୃତିର ହେବ । ମୁୂଦ୍ରାରେ ସମ୍ରାଟଙ୍କ ଚିତ୍ର ମଧ୍ୟ ରହିଛି ।
ଏହାକୁ ପ୍ରସିଦ୍ଧ ଚିତ୍ର କଳାକାର ମ୍ୟାରୀ ଗିଲିକ, ଅର୍ଣ୍ଣାଲ୍ଡ ମାଚିନ, ରାଫେଲ ମ୍ୟାକଲଫ ଓ ଇଆନ ର୍ୟାକ ଆଙ୍କିଥିଲେ । ଭାରତ, ଜର୍ମାନୀ, ଇଂଲଣ୍ଡ, ଶ୍ରୀଲଙ୍କା ଓ ସିଙ୍ଗାପୁରର କାରୀଗର ଏଥିରେ ସହଯୋଗ କରିଛନ୍ତି । ଇଷ୍ଟ ଇଣ୍ଡିଆ କମ୍ପାନୀର ବର୍ତମାନ ସିଇଓ ସଞ୍ଜୀବ ମେହେଟ୍ଟା ଏହାକୁ ଜାରୀ କରିଛନ୍ତି । ୨୪ ଅଗଷ୍ଟ ୧୬୦୮ରୁ କମ୍ପାନୀର ପ୍ରଥମ ଜାହାଜ ସୁରଟରେ ପଂହଚିଥିଲା । ସେ ସମୟରେ କେହି ସ୍ୱପ୍ନରେ ବି ଭାବି ନ ଥିଲେ ଯେ, ବ୍ୟପାର କରିବା ଆଳରେ ଏହି କମ୍ପାନୀ ଭାରତରେ ୨୦୦ ବର୍ଷ ରାଜୁତି କରିବ ।
Comments are closed.