Latest Odisha News

ଆଉ ନାହାନ୍ତି ବିଶ୍ବର ସବୁଠୁ ବୟସ୍କା ମହିଳା: ୧୧୬ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶ୍ୱର ସବୁଠାରୁ ବୟସ୍କା ବ୍ୟକ୍ତି ତୋମିକୋ ଇତୁକା । ୧୧୬ ବର୍ଷ ବୟସରେ ତାଙ୍କର ଡିସେମ୍ବର ୨୯ରେ ମୃତ୍ୟୁ ଘଟିଛି । ତେବେ ବିଶ୍ବର ସବୁଠୁ ବୟସ୍କା ବ୍ୟକ୍ତି ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିଲେ ଜାପାନୀ ମହିଳା ତୋମିକୋ । ଜାପାନୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହୟୋଗୋ ପ୍ରଦେଶର ଆସିଆ ସହରର ଏକ ନର୍ସିଂ ହୋମରେ ତୋମିକୋ ଇତୁକାଙ୍କ ୧୧୬ ବର୍ଷ ବୟସରେ ମୃତ୍ୟୁ ହୋଇଛି ।

ତେବେ ୨୦୨୪ ଅଗଷ୍ଟରେ ସ୍ପେନ୍‌ର ମାରିଆ ବ୍ରାନ୍ୟାସ ମୋରେରାଙ୍କର ୧୧୭ ବର୍ଷ ବୟସରେ ପରଲୋକ ହୋଇଥିଲା । ମାରିଆ ବ୍ରାଏନାସ ମୋରେରାଙ୍କ  ପରଲୋକ ପରେ ତୋମିକୋ ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତିର ମାନ୍ୟତା ହାସଲ କରିଥିଲେ । ତୋମିକାଙ୍କର ୪ ସନ୍ତାନ ଓ ୫ ନାତି ନାତୁଣୀ ରହିଛନ୍ତି। ତୋମିକା ୧୯୦୮ ମେ’ ୨୩ରେ ଜାପାନର ଓସାକା ସହରରେ ଜନ୍ମଗ୍ରହଣ କରିଥିଲେ। ଦୁଇଟି ବିଶ୍ବଯୁଦ୍ଧ ଏବଂ କରୋନା ଭଳି ମହାମାରୀର ଭୟାବହତାକୁ ଅନୁଭବ କରିଥିବା ତୋମିକୋ ସୁସ୍ଥ ଓ ନିରାମୟ ଜୀବନ ପାଇଁ ନିଜର ଶାକାହାରୀ ଭୋଜନକୁ ସବୁବେଳେ ଶ୍ରେୟ ଦେଇଆସୁଥିଲେ ।

ତେବେ ଏବେ ବ୍ରାଜିଲର ଜଣେ ନନ୍, ଇନାହ କାନାବରୋ ଲୁକାସ, ଏବେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ପରିଚିତ ହେବ । ତାଙ୍କର ଜନ୍ମ ଜୁନ୍ ୮, ୧୯୦୮ ରେ ହୋଇଥିବା ବେଳେ ଏବେ ତାଙ୍କୁ ୧୧୬ ବର୍ଷ ହୋଇଛି ।

Leave A Reply

Your email address will not be published.