Latest Odisha News

BREAKING NEWS

ବିଶ୍ୱର ଗରିବ ତାଲିକାରେ ଭାରତର ନମ୍ବର କେତେ ଜାଣନ୍ତୁ ?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଗରିବ ଦେଶ ଭାବରେ କେଉଁ ଦେଶ ସର୍ବ ପ୍ରଥମ ଏବଂ ଏହି ତାଲିକାରେ ଭାରତର ସଂଖ୍ୟା କେଉଁ ସ୍ଥାନରେ ରହିଛି ? ଦୁନିଆର ଅନେକ ଲୋକଙ୍କ ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ମିଳିବା ଅତ୍ୟନ୍ତ କଷ୍ଟକର, ଏହାର ମୁଖ୍ୟ କାରଣ ହେଉଛି ଦାରିଦ୍ର୍ୟ।

ଦୁନିଆର ସବୁଠାରୁ ଗରିବ ଦେଶ ଭାବରେ ସୁଡାନ ପରିଗଣିତ ହୁଏ। ଜିଡିପି ଅନୁଯାୟୀ, ଏଠାରେ ଥିବା ଲୋକମାନଙ୍କର ବାର୍ଷିକ ଆୟ ମାତ୍ର ୪୫୫.୧୬ ଡଲାର ଅର୍ଥାତ୍ ୩୮,୧୯୬ ଟଙ୍କା।

ଆଫ୍ରିକୀୟ ଦେଶ ବାରୁଣ୍ଡିର ନାମ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ବାରୁଣ୍ଡି ଏକ ପୂର୍ବ ଆଫ୍ରିକୀୟ ଦେଶ, ଯେଉଁଠାରେ ଲୋକମାନଙ୍କର ବାର୍ଷିକ ଆୟ ୯୧୫ ଡଲାର ଅର୍ଥାତ୍ ୭୬,୭୮୬ ଟଙ୍କା।

ସେହିପରି ମଧ୍ୟ ଆଫ୍ରିକୀୟ ଦେଶ ରିପବ୍ଲିକର ନାମ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଏହି ଦେଶର ଲୋକମାନେ ବାର୍ଷିକ ୧୧୨୦ ଡଲାର ଅର୍ଥାତ୍ ୯୩,୯୯୬ ଟଙ୍କା ରୋଜଗାର କରନ୍ତି।

ଏହି ତାଲିକାରେ କାଙ୍ଗୋ ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ଲୋକମାନେ ବାର୍ଷିକ ୧,୩୦,୦୯୯ ଟଙ୍କା ରୋଜଗାର କରନ୍ତି। ଯେତେବେଳେ କି ମୋଜାମ୍ବିକର ନାମ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ଏଠାରେ ଥିବା ଲୋକଙ୍କ ମୁଣ୍ଡପିଛା ବାର୍ଷିକ ଆୟ ହେଉଛି ୧,୩୮,୪୯୮ଟଙ୍କା ରହିଛି।

ଭାରତ ବିଷୟରେ କହିବାକୁ ଗଲେ ଗରିବ ଦେଶ ତାଲିକାରେ ଭାରତ ୪୬ ନମ୍ବରରେ ରହିଛି। ଭାରତର ମୁଣ୍ଡପିଛା ଆୟ ୨.୨୮ ଲକ୍ଷ ଟଙ୍କା ରହିଛି।

 

Comments are closed.