Latest Odisha News

BREAKING NEWS

ଉଗ୍ର ହେଉଛି କରୋନା: ବିଶ୍ୱରେ ୧୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନାରେ କବଳିତ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୧ ଲକ୍ଷ ୯୭ ହଜାର ୪୦୫ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୪,୬୦୬ ଛୁଇଁଛି।

ଗତ ୨୪ ଘଣ୍ଟା ମଧ୍ୟରେ ୬୩,୧୫୯ ଜଣ ନୂଆ କରି ଆକ୍ରାନ୍ତ ହୋଇଛନ୍ତି ।

ଗତ ଡିସେମ୍ବରରେ ଚୀନରୁ ଜନ୍ମ ନେଇଥିବା ଏହି ଭୂତାଣୁ ବର୍ତ୍ତମାନ ୨୦୪ଟି ଦେଶକୁ ବ୍ୟାପି ସାରିଛି। ମୋଟ କରୋନା ମାମଲା ମଧ୍ୟରୁ ଆମେରିକା ସର୍ବାଧିକ ସଂକ୍ରମିତ ଦେଶ ଭବେ ଚିହ୍ନଟ କରାଯାଇଛି ।

ଅନ୍ୟପଟେ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି।
ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପିଲାଣି ।

ଏହାର ଭୟବହତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୧ ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାକୁ ମହମାରୀ ରୂପେ ଘୋଷଣା କରିଥିଲେ।

Comments are closed.