Latest Odisha News

BREAKING NEWS

୬୪ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ ମିଳିଲା ସାପ ଦେହରେ ଥିବା ପରଜୀବୀ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ଯାହା ଡାକ୍ତରମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଜଣେ ୬୪ ବର୍ଷୀୟ ମହିଳାଙ୍କ ମସ୍ତିଷ୍କରୁ ସାପ ଦେହରେ ବଢ଼ୁଥିବା ପରଜୀବୀ ମିଳିଛି । ମହିଳାଜଣଙ୍କ ଦୀର୍ଘଦିନ ହେବ ଜଣେ ଡାକ୍ତରଙ୍କ ପାଖେ ଚିକିତ୍ସିତ ହେଉଥିଲେ । ନିମୋନିଆ, ପେଟ ଦରଜ, ଝାଡା, ଶୁଖିଲା କାଶ ଓ ରାତିରେ ଝାଳ ବାହାରିବା ପରି ଲକ୍ଷଣ ଦେଖା ଦେଇଥିଲା । ଏମଆରଆଇ ସ୍କାନ କରାଯିବା ପରେ ୩ ଇଂଚ ଲମ୍ବର ଏକ ପରଜୀବୀ ଦେଖିବାକୁ ମିଳିଥିଲା । ଏହା ସାଧାରଣତଃ କାର୍ପେଟ ପାଇଥନ ନିକଟରେ ଦେଖିବାକୁ ମିଳିଥାଏ । ତେବେ ଏହା କିପରି ମହିଳାଙ୍କ ଶରୀର ମଧ୍ୟକୁ ପ୍ରବେଶ କଲା ତାହା ଏ ପର୍ଯ୍ୟନ୍ତ ବି ସ୍ପଷ୍ଟ ହୋଇପାରିନି ।

ତେବେ ମହିଳା ରହୁଥିବା ଘର ପାଖରେ ଏହି ସାପ ଦେଖିବାକୁ ମିଳିଥାଏ । ସେ ତାଙ୍କ ବାଡି ପଛପଟେ ପାଳଙ୍ଗ ଚାଷ କରିଥିଲେ । ଏହା ଦେହରେ ଯଦି ପରଜୀବୀର ଅଣ୍ଡା ଲାଗିଥିବ ତାହା ମହିଳାଙ୍କ ଶରୀରକୁ ଖାଦ୍ୟ ମାଧ୍ୟମରେ ପ୍ରବେଶ କରିଥାଇପାରେ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ମଣିଷ ଶରୀରରେ ଏହି ପରଜୀବୀ ବଢିଥିବା କୌଣସି ପ୍ରମାଣ ହସ୍ତଗତ ହୋଇ ନାହିଁ । ଉକ୍ତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ଏବଂ ସେ ଖୁବ ଶୀଘ୍ର ସୁସ୍ଥ ହେବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Comments are closed.