ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ରେସଲର ସୁଶୀଲ କୁମାର ପୂନର୍ବାର ଚାକିରୀରେ ଯୋଗ ଦେଇଛନ୍ତି । ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ତାଙ୍କଚୁ ଜାମିନ ମିଳିବା ପରେ ସେ ରେଲବାଇ ଅଫିସରେ ପଂହଚି ରିପୋର୍ଟ କରିଥିଲେ । ଯୁବ ରେସଲର ସାଗର ଧନଖାଡାଙ୍କ ହତ୍ୟା ମାମଲାରେ ସେ ୨୦୨୧ରୁ ଜେଲରେ ଥିଲେ । ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ମୋକଦ୍ଦମା ବିନା କାରଣରେ ଦୀର୍ଘ ଦିନ ଧରି ଚାଲୁଥିବାରୁ ସୁଶୀଲଙ୍କୁ ଜାମିନ ଦେଇଥିଲେ । ସେ ଏବେ ଉତର ରେଲୱେରେ କମର୍ଶିୟାଲ ମ୍ୟାନେଜର ପଦରେ ନିଯୁକ୍ତ ଅଛନ୍ତି ।
ସୁଶୀଲଙ୍କ ପ୍ରତ୍ୟାବର୍ତନ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ସୁଶୀଲ ତାଙ୍କ ଦାୟିିତ୍ୱ ତୁଲାଇବାରେ କୌଣସି ଅସୁବିଧା ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ୨୦୦୮ରେ ସେ ବ୍ରୋଞ୍ଜ ଏବଂ ୨୦୧୨ରେ ରୌପ୍ୟ ପଦକ ଜିତିଥିଲେ । ହତ୍ୟା ଘଟଣାରେ ସେ ଅଭିଯୁକ୍ତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା ।
Comments are closed.