Latest Odisha News

ଜୁଲାଇ ୪ରେ ହେବ କୁସ୍ତି ମହାସଂଘର ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ନିର୍ବାଚନ ଜୁଲାଇ ୪ରେ ହେବ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ କହିଛି । ଏଥିନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନକୁ ସ୍ୱଚ୍ଛତାର ସହ କରିବା ପାଇଁ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୂଖ୍ୟ ବିଚାରପତି ମହେଶ ମିତଲଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ବର୍ତମାନ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କେତେକ ରେସଲର ଯୌନ ନିର୍ଯାତନା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦିଲ୍ଲୀ ପୋଲିସ ଏବେ ଏହାର ତଦନ୍ତ କରୁଛି । ଗୁରୁବାର ଟ୍ରାଏଲ କୋର୍ଟରେ ପୋଲିସ ତଦନ୍ତ ରିପୋର୍ଟ ଦାଖଲ କରିବ ।

ବ୍ରିଜଭୂଷଣ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କୁସ୍ତି ମହାସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ପୁଅ ମଧ୍ୟ ଏହି ମହାସଂଘର ସଦସ୍ୟ ଅଛନ୍ତି । ଦୁଷ୍କର୍ମ ମାମଲାରେ ବ୍ରିଜଭୂଷଣଙ୍କୁ ଗିରଫ କରିବା ପାଇଁ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଥିଲେ । ଏବେ ସରକାର ଏବଂ କ୍ରୀଡାମନ୍ତ୍ରୀ ଆଶ୍ୱସନା ପରେ ସେମାନେ ଏଥିରୁ ବିରତ ଅଛନ୍ତି । ବ୍ରିଜଭୂଷଣ ଏମପି ଥିବା ବେଳେ ତାଙ୍କ ପୁଅ ବିଧାୟକ ଅଛନ୍ତି ।

Leave A Reply

Your email address will not be published.