ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଆଉ ହାତ ଗଣତି କିଛି ଦିନ ପରେ ଆରମ୍ଭ ହେବ । ରେସଲିଂ ଅଲିମ୍ପିକ୍ସରେ ସର୍ବଦା ଆକର୍ଷଣର କେନ୍ଦ୍ର ସାଜିଛି । ସେଥିପାଇଁ ୧୯୦୦ ବ୍ୟତୀତ ଅନ୍ୟ ସମସ୍ତ ସଂସ୍କରଣରେ ଏହି ଇଭେଂଟ ସାମିଲ ହୋଇଛି । ଏଥର ଭାରତର ୮ ପହିଲୱାନ ଅଂଶଗ୍ରହଣ କରୁଛନ୍ତି । ସୁମିତ ମଲିକ ଡୋପ ଟେଷ୍ଟରେ ଧରାପଡିବା ପରେ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ଆଧୁନିକ ଅଲିମ୍ପିକ୍ସର ପ୍ରଥମ ସଂସ୍କରଣ ୧୮୯୬ରେ ରେସଲିଂକୁ ସାମିଲ କରାଯାଇଥିଲା । ଗ୍ରୀକୋ ରୋମାନ ଓ ଫ୍ରିଷ୍ଟାଇଲ ବିଭାଗରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥାନ୍ତି । ଏଥର ରେସଲିଂରେ ୧୮ ସ୍ୱର୍ଣ୍ଣପଦକ ହାତେଇବା ପାଇଁ ପହଲିମାନମାନେ ଉଦ୍ୟମ କରିବେ । ଭାରତ ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପୁରୁଷ ବିଭାଗରେ ରବି କୁମାର ଦାହିୟା ( ୫୭କିଗ୍ରା), ବଜରଙ୍ଗ ପୁନିଆ (୬୫କିଗ୍ରା), ଦୀପକ ପୁନିଆ (୮୬ କିଗ୍ରା), ସୁମିତ (୧୨୫ କିଗ୍ରା) ଏବଂ ମହିଳା ବିଭାଗରେ ସୀମା ବିସଲା (୫୦ କିଗ୍ରା), ଭିନେଶ ଫୋଗଟ (୫୫କିଗ୍ରା), ଅଂଶୁ ମଲିକ (୫୭କିଗ୍ରା) ଓ ସୋନମ ମଲିକ (୬୨ କିଗ୍ରା) ବିଭାଗରେ ଅଂଶ ଗ୍ରହଣ କରୁଛନ୍ତି ।
ଭାରତର ପଦକ ବିଜେତା ରେସଲର: ୧୯୫୨ରେ କେଡି ଯାଦବ ଭାରତ ପକ୍ଷରୁ ରେସଲିଂରେ ପ୍ରଥମ ପଦକ ଜିତିଥିଲେ । ଏ ପର୍ଯ୍ୟନ୍ତ ଭାରତୀୟ ରେସଲର ୫ଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ସୁଶୀଲ କୁମାର (୨୦୦୮, ୨୦୧୨), ଯୋଗେଶ୍ୱର ଦତ (୨୦୧୨), ସାକ୍ଷୀ ମଲିକ (୨୦୧୬) ଏହି ସଫଳତା ହାସଲ କରିଛନ୍ତି । ସୁଶୀଲ ୨ଟି ପଦକ ଏବଂ ସାକ୍ଷୀ ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସରେ ଏହି ଗୌରବ ଅର୍ଜନ କରିଛନ୍ତି । ସୋଭିଏଟ ୟୁନିୟନ ରେସଲିଂରେ ସର୍ବାଧିକ ୬୨ ସ୍ୱର୍ଣ୍ଣ ଜିତିଥିବା ବେଳେ ଆମେରିକା ଓଭରାଲ ୧୩୩ ପଦକ ଜିତିଛି ।
BREAKING NEWS
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
- KC Tyagi Quits JDU: ଜେଡିୟୁକୁ ବଡ଼ ଝଟକା, ନୀତିଶ ରାଜ୍ୟସଭା ମୁକୁଟ ପିନ୍ଧିବାର ଦିନକ ପରେ ଦଳ ଛାଡିଲେ କେସି ତ୍ୟାଗୀ
- SCB Medical Fire: ଏସସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ବିଧାନସଭାରେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ
- Pakistan Airstrike: ପାକିସ୍ତାନର ଭୟଙ୍କର ବିମାନ ଆକ୍ରମଣ
Comments are closed.