Latest Odisha News

BREAKING NEWS

ଜୁଲାଇ ୧୫ରୁ ମାଲଦ୍ୱୀପ ଯାଇପାରିବେ ଭାରତୀୟ ପର୍ଯ୍ୟଟକ!

ନୂଆଦିଲ୍ଲୀ: ବିଦେଶ ଯାତ୍ରା କରିବାକୁ ଅପେକ୍ଷା କରିଥିବା ଭାରତୀୟଙ୍କ ପାଇଁ ଏହା ଏକ ବଡ଼ ଆଶ୍ବସ୍ତି। ଏଣିକି ଭାରତୀୟ ପର୍ଯ୍ୟଟକଙ୍କ ମାଲଦ୍ୱୀପ ପ୍ରବେଶକୁ ମିଳିଲା ଅନୁମତି। ମଙ୍ଗଳବାର ଦିନ ମାଲଦ୍ୱୀପ ଦକ୍ଷିଣ ଏସୀୟ ଦେଶର ପର୍ଯ୍ୟଟକଙ୍କ ଲାଗି ତାର ପ୍ରବେଶ ଦ୍ବାର ଖୋଲିବା ନେଇ ଘୋଷଣା କରିଛି। ଜୁଲାଇ ୧୫ରୁ ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଖୋଲିବ ମାଲଦ୍ୱୀପ ।

BjdElectrycity

ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଏ ନେଇ ଘୋଷଣା କରିଛନ୍ତି। କିନ୍ତୁ କୋଭିଡ ପରେ ଜୁଲାଇ ୧ରୁ ୧୫ ମଧ୍ୟରେ ପର୍ଯ୍ୟାୟକ୍ରମେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ ଭାରତ ଅନ୍ତର୍ଭୁକ୍ତ। ତେବେ ଯିବା ସମୟରେ ନେଗେଟିଭ ଆର୍‌ଟିପିଆର୍‌ ରିପୋର୍ଟ ଆବଶ୍ୟକ।

Leave A Reply

Your email address will not be published.