ନୂଆଦିଲ୍ଲୀ: ଦୃଢ ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏମିତି ଜଣେ ଯୁବକ ହୀରାରେ ଏକ ହାତଘଣ୍ଟା ତିଆରି କରି ନିଜ ନାମକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ କରିପାରିଛନ୍ତି । ସେ ଯେଉଁ ଘଣ୍ଟା ତିଆରି କରିଛନ୍ତି, ତାହା ଦେଖିବାକୁ କୌଣସି ଅଳଙ୍କାରଠାରୁ ବି କମ୍ ନୁହେଁ ।
ମିରଟରେ ରହିଛି ରେନାନୀ ଜୁଏଲର୍ସ । ଦୋକାନ ମାଲିକଙ୍କ ଲକ୍ଷ୍ୟ କିଛି ନୂଆ କରିବା ଓ ନିଜର ପରିଚୟ ସୃଷ୍ଟି କରିବା । ସେହି ଲକ୍ଷ୍ୟ ପୂରଣ କରିବାକୁ ଯାଇ ସେ ଏକ ଘଣ୍ଟା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଗୋଟିଏ କି ଦୁଇଟି ନୁହେଁ ୧୭,୫୨୪ଟି ହୀରା ଖଞ୍ଜିଛନ୍ତି । ଏହା ଦୁନିଆର ସବୁଠାରୁ ଅଧିକ ହୀରା ଖଞ୍ଜିତ ହୋଇଥିବା ଘଣ୍ଟା । ଏମିତି କି ଏତେ ପରିମାଣର ହୀରା ଖଞ୍ଜା ଯାଇ କୌଣସି ଜିନିଷ ପ୍ରସ୍ତୁତ ହୋଇନାହିଁ । ଏହି ଘଣ୍ଟାରେ ୧୨ଟି କଳା ହୀରା ମଧ୍ୟ ଲଗାଇଛନ୍ତି, ଯାହା ଘଣ୍ଟାର ଡ଼ିଜାଇନକୁ ଦ୍ୱିଗୁଣିତ କରିଦେଇଛି । ଘଣ୍ଟାରେ ଲାଗିଥିବା ମୋଟ ହୀରାର ପରିମାଣ ୩୭୩.୩୦ ଗ୍ରାମ ହୋଇଥିବା ବେଳେ ଏହାକୁ ଜଣେ ନିୟମିତ ଭାବେ ପିନ୍ଧିପାରିବ । ଅର୍ଥାତ୍ ଏଥିରୁ କୌଣସି ହୀରା ଖସିପଡ଼ିବାର ସମ୍ଭାବନା ନାହିଁ । ଏଥିରେ ଲଗାଯାଇଥିବା ହୀରାର ବାସ୍ତବତା ଯାଞ୍ଚ କରିଛି ଆନ୍ତର୍ଜାତୀୟ ଜେମୋଲୋଜିକାଲ୍ ଇନଷ୍ଟିଚ୍ୟୁଟ୍ । ଜୁଏଲର୍ସର ମାଲିକ ରେନାନୀ ଏହି ଘଣ୍ଟାର ନାମ ଶ୍ରୀନ୍କିଆ ରଖିଛନ୍ତି, ଯାହାର ଅର୍ଥ ଶୁଭଙ୍କର ଘଣ୍ଟା । ଘଣ୍ଟାରେ ଅଧିକ ହୀରା ଖଞ୍ଜି ଥିବାରୁ ତାଙ୍କ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ ହୋଇଛି ।
BREAKING NEWS
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

Comments are closed.