Latest Odisha News

BREAKING NEWS

ଲଂଚ ହେଲା ଭାରତର ନିଜସ୍ୱ ନାଜାଲ ଭ୍ୟାକ୍ସିନ ଇନକୋଭାକ

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ପାଇଁ ଭାରତ ଆଉ ଏକ ପାଦ ଆଗେଇ ଯାଇଛି । ଗୁରୁବାର ନାଜାଲ ଭ୍ୟାକ୍ସିନ ଇନକୋଭାକ ବିଧିବଦ୍ଧ ଭାବେ ଲଂଚ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭେୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତୀ ଜିତେନ୍ଦ୍ର ସିଂ ଏହାକୁ ଲଂଚ କରିଛନ୍ତି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକ୍ସିନର ମୂଲ୍ୟ ସରକାରୀସ୍ତରରେ ୩୨୫ ଏବଂ ବେସରକାରୀ ଡାକ୍ତରଖାନାରେ ୮୦୦ ଟଙ୍କା ରହିବ । ପୂର୍ବରୁ ଏହି ଭ୍ୟାକ୍ସିନ ଏର୍ମଜେନ୍ସି କ୍ଷେତ୍ରରେ ବ୍ୟବହାର କରାଯିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ୱାଶିଂଟନ ୟୁନିଭରସିଟି ସହ ମିଶି ଭାରତ ବାୟୋଟେକ ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିତଛି ।

ଭ୍ୟାକ୍ସିନର ଉଭୟ ଡୋଜ ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବା ଜରୁରୀ । ସେହିପରି ଯେଉଁମାନେ ବୁଷ୍ଟର ଡୋଜ ନେଇ ସାରିଛନ୍ତି ସେମାନେ ଏହାକୁ ବ୍ୟବହାର କରିପାରିବେ ନାହିଁ । କୋୱିନ ଆପ ମାଧ୍ୟମରେ ଏହାକୁ ବୁକ କରାଯାଇ ପାରିବ । ଇଞ୍ଜେକସନ ବଦଳରେ ସିଧାସଳଖ ନାକ ମାଧ୍ୟମରେ ଏହାକୁ ନିଆଯାଇ ପାରୁଥିବାରୁ ସ୍ୱାସ୍ଥ୍ୟ ସହାୟକଙ୍କ ବିଶେଷ ଆବଶ୍ୟକ ପଡିବ ନାହିଁ ।

Leave A Reply

Your email address will not be published.