Latest Odisha News

BREAKING NEWS

୨୦୨୦ ମସିହା ପାଇଁ କଥାକାର ରାମଚନ୍ଦ୍ର ବେହେରା ପାଇବେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର :  ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର କଥାକାର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ  ଏହି ନିଷ୍ପତି ନିଆଯାଇଛି।

ଏହା ସହିତ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସ୍ରଷ୍ଟାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି। ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ବାବାଜୀ ଚରଣ ପଟ୍ଟନାୟକ, ବାଇଧର ସାହୁ, ଜୀବନ କୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ସୌଭଗିନୀମିଶ୍ର, ସ୍ୱରାଜଲଷ୍ମୀ ମିଶ୍ର , କୃପାସିନ୍ଧୁ ନାୟକ, ରାସେଶ୍ୱରୀ ମିଶ୍ର, ରାଧ ବିନୋଦ ନାୟକ ଏବଂ ମହେଶ୍ବର ମୂଳିଆଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।

Leave A Reply

Your email address will not be published.