Latest Odisha News

BREAKING NEWS

ଦିଲ୍ଲୀ ହିଂସା ପରେ ଆନ୍ଦୋଳନରୁ ଓହରିଲେ ଦୁଇ ଚାଷୀ ସଂଗଠନ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ବଢ଼ୁଛି ବିବାଦ । ହିଂସା ପରେ ଚାଷୀ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । କୃଷି ଆଇନ ବିରୋଧରେ ପ୍ରାୟ ଦୁଇ ମାସରୁ ଅଧିକ ଦିନ ଧରି ଆନ୍ଦୋଳନ କରୁଥିବା ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନ ଆନ୍ଦୋଳନରୁ ଓହରି ଯାଇଛନ୍ତି ।

ଉଭୟ ସଙ୍ଗଠନ ଗଣତନ୍ତ୍ର ଦିବସରେ ଘଟିଥିବା ହିଂସାକାଣ୍ଡକୁ ତୀବ୍ର ବିରୋଧ କରିଛନ୍ତି । ହିଂସା ଉପାରେ ଆନ୍ଦୋଳନ ଜାରି ରଖିବା ସମ୍ଭବ ପର ନୁହେଁ ବୋଲି ଏହି ଦୁଇ ସଙ୍ଗଠନ ଅଭିଯୋଗ କରିଛନ୍ତି । ସେହିପରି ଏମାନେ କହିଛନ୍ତି ଆମେ ଆନ୍ଦୋଳନକୁ ବନ୍ଦ କରୁଛୁ ସତ, କିନ୍ତୁ ଚାଷୀଙ୍କ ଅଧିକାର ପାଇଁ ଆମ ସଂଘର୍ଷ ଜାରି ରହିବ ।

ଦିଲ୍ଲୀ ହିଂସା ପରେ ଆକ୍ସନ ମୋଡରେ ପହଞ୍ଚିଛି ପୋଲିସ । ପ୍ରାୟ ୨୦୦ ଅଧିକ ଲୋକଙ୍କ ଅଟକ ରଖିଥିବା ବେଳେ, ସିସିଟିଭି ଫୁଟେଜକୁ ଆଧାର କରି ଉପଦ୍ରବଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ଏହି ଘଟଣାରେ ଦିଲ୍ଲୀର ବିଭିନ୍ନ ଥାନାରେ ୨୨ଟି ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.